STORYMIRROR

Santosh Kumar Misra

Abstract

2  

Santosh Kumar Misra

Abstract

ଜଣେ ଅର୍ବାଚୀନର ବିଳାପ

ଜଣେ ଅର୍ବାଚୀନର ବିଳାପ

2 mins
123

ଜଣେ ଅର୍ବାଚୀନର ବିଳାପ


ଅଦୃଶ୍ୟରେ ମୋତେ

ଅଚିରେ ମୋହାଛନ୍ନ କରିପାରୁଥିବା, 

ହେ ମୋର ଅପୂର୍ଣ୍ଣ ଈଶ୍ବର

କେମିତି ବା କହିବି କିଛି ଦେଉ ନାହଁ ବୋଲି

ବସିଥିଲେ ବି ତୁମ ଦାଣ୍ଡ ଦୁଆରେ 

ମୋ ଚିରାଫଟା କାନିକୁ ମେଲେଇ

ତୁମ ସାନ୍ନିଧ୍ୟ ଅପେକ୍ଷାର ଆନନ୍ଦରେ ତ ସଦା

ମୁଁ ଉଲ୍ଲସିତ ହୁଏ, ଭାବ ପ୍ରବଣ ହୁଏ

କିଛି ସମୟ ଜଞ୍ଜାଳଯୁକ୍ତ ଜୀବନରୁ ଓହରି ଆସି

ପାଖ ପଡିଶାର ଗହୀର ହିଡ ଉପରେ ବସି

ନିରୋଳାରେ ମୁଁ 

ସୂର ଟାଣିବାକୁ ପ୍ରୟାସ କରେ ତୁମ ଉଦ୍ଦେଶ୍ୟରେ

ମୋ ଫଟା ବଂଇଶୀରେ

ତୁମର ସାନ୍ନିଧ୍ୟ ଥିଲେ ଯେ ଭୟ ଆସେନି ମନରେ

ହେଲେନ୍‌, ଫାଇଲିନ୍‌, ଅବା ଫନିର ବିତ୍ପାତକୁ

ଅବା ଅନ୍ଧାରରେ ମାଡିଆସୁଥିବା କେହି 

ନିଶାଚର ଅଶରୀରୀ କି ନିଶଟେକା ଅଣ ପୁରୁଷାକୁ

ସମୟର ଚକ ଯେବେ ଗଡିଯାଇ ବାରହାତ 

ସବୁ କିଛି କରିଯାଏ ଓଲଟ ପାଲଟ

ଅସମ୍ଭବ ଲାଗେନାହିଁ ଜମା

ତୁମେ ଯେବେ ପଣା କରି ଢାଳିଦିଅ 

ମୋ ଖାଲି ଖାଲି ଭିକ୍ଷା ଥାଳରେ ଅନେକ ଅନ୍ଧାର

ଆଉ ଆଖିଥାଇ ଅନ୍ଧ ଭଳି ଅଣ୍ଡାଳିବାକୁ ଛାଡିଦିଅ ମୋତେ

ମୋର ଅବଶିଷ୍ଟ ଆୟୁଷ

ଚିରି ଦେଉଛି ଏବେ ତେଣୁ ମୁଁ

ଆମ ସମ୍ପର୍କର ଘୁଣଖିଆ ପୁରୁଣା ପୋଥିମାନଙ୍କୁ,

ତୁମ ବିହୁନେ ଜୀବନ ମୋ ଏବେ ଯେଣୁ

ଏକ କ୍ଲିଷ୍ଟ କବିତା

ଯାର ପ୍ରତିଟି ଶବ୍ଦରେ ମୁଁ

ନିହାତି ଅର୍ବାଚୀନ, ନିହାତି ଅବୋଧ୍ୟ ଆଉ

ନିହାତି ଦୁର୍ବୋଧ୍ୟ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract