ଜଣାଉଛି ଭକ୍ତ ଦୁଃଖ
ଜଣାଉଛି ଭକ୍ତ ଦୁଃଖ
ଯୁଗେ ଯୁଗେ ପ୍ରଭୁ ଅବତରୁ ଅଛ
ଧରି ଭିନ୍ନ ଭିନ୍ନ ରୂପ
ମୀନ ରୁ କଚ୍ଛପ ଶୂକର ବରାହ
ନରସିଂହ ପର୍ଶୁରାମ ।
ପ୍ରଭୁ ରାମଚନ୍ଦ୍ର କୃଷ୍ଣ ବଳରାମ
କଳିରେ ବୈ।ଦ୍ଧ ସ୍ୱରୂପ
ଆର୍ବିଭାବ ହେବ କରାଳ କଳକୀ
ସଂହାର କରିବ ମ୍ଳେଚ୍ଛ ।
ଉଦ୍ଧରିଛ ଧ୍ରୃବ ଭକ୍ତ ପ୍ରହଲ୍ଲାଦ
ଉଦ୍ଧରିଛ ଚାରିବେଦ
ଆସୁରିକ ଶକ୍ତି କବଳୁ ଜୀବନ
ହୋଇଛି ମୁକ୍ତ ସ୍ୱଚ୍ଛନ୍ଦ ।
ହିରଣ୍ୟକଶିପୁ ନିଷ୍ଠୁର ଅସୁର
ଥିଲା ବଡ଼ ଅହଙ୍କାରୀ
ଉନ୍ମେଷ କରିଲ ପୁତ୍ର ପ୍ରହଲ୍ଲାଦ
ପିତା ହୋଇଲା ବଇରୀ ।
ଚଢାଇଲା ହାତୀ ପୁତ୍ରର ଉପରେ
ଖୁଆଇଲା ବିଷଲଡୁ
ହାତ ଗୋଡ଼ ବାନ୍ଧି ଫିଙ୍ଗିଲା ସମୁଦ୍ରେ
ପତନ କଲା ପାହାଡୁ ।
ହୋଲିକା କୋଳରେ ବସି ପ୍ରହଲ୍ଲାଦ
ଅଗ୍ନିକୁଣ୍ଡେ ପ୍ରବେଶିଲେ
ଜଳିଗଲା ମିଥ୍ୟା ହୋଲିକା ଶରୀର
ପ୍ରହଲ୍ଲାଦ ବଞ୍ଚିଥିଲେ ।
ଭକତ ହୃଦୟ ଭକତ ବିଶ୍ୱାସେ
ଭଗବାନ ବିଷ୍ଣୁ ବାସ
ଆସଇ ବିପଦ ଭୀଷଣ ସ୍ୱରୂପେ
ହୋଇଯାଏ ମାତ୍ର ପୁଷ୍ପ ।
ଭକ୍ତକୁ ତୁମର ଉଦ୍ଧରିବା ପାଇଁ
ସ୍ତମ୍ଭ ରୁ ହେଲେ ପ୍ରକଟ
ବିକଟ କରାଳ ନୃସିଂହ ସ୍ୱରୂପେ
ଚୂର୍ଣ୍ଣ କରିଥିଲ ଦମ୍ଭ ।
ନାହିଁ ହାତ ଗୋଡ଼ ପ୍ରଭୁ ଦାରୁଭୂତ
ପରଂବ୍ରହ୍ମ ଜଗନ୍ନାଥ
ଉଦ୍ଧର ପ୍ରାଣୀଙ୍କୁ ଠୁଳ ଶୂନ୍ୟ ରୂପେ
ଘୁଞ୍ଚିଯାଉ ରୋଗ ଦୁଃଖ ।
