STORYMIRROR

MADHU MITA

Children

3  

MADHU MITA

Children

ଜଣାଣ

ଜଣାଣ

1 min
41


ଜନ୍ମ ନେଲାପରେ ମାତାଙ୍କ ପାଖରେ..

ରହିଲ ତୁମେ ଯେ କେଡ଼େ ସରାଗରେ..!!


କଥା ଶୁଣି ଦ୍ଵାର ଜଗିଥିଲ ପ୍ରଭୁ..

ଅନ୍ୟ କଥା ସତେ ଭୁଲି ଯାଇ ସବୁ..!!


ଯେତେ ବାଧା ସବୁ ଆସିଲା ମାର୍ଗରେ..

ଭୟ ବିନା ସାମ୍ନା କରିଲ ଦମ୍ଭରେ..!!


ଯେବେ ହେଲା ତୁମ ପିତା ଆଗମନ..

ଚିହ୍ନିଲାନି ତାଙ୍କୁ ତୁମ ପିଲା ମନ...!!


ମାତୃ ଆଜ୍ଞା ବିନା ପ୍ରବେଶ ନିଷେଧ..

କହି ପଥ ତାଙ୍କ କଲ ଅବରୋଧ...!!


ସହଜେ କ୍ରୋଧୀ ସେ ପରମ ଈଶ୍ଵର..

ତୁମ ସହ ଯୁଦ୍ଧ କଲେ ଯେ ଶଙ୍କର...!!


ହାର ଜିତ ଥିଲା ଅସମ୍ଭବ କଥା..

ପିତା ହାତେ ତୁମ କଟିଗଲା ମଥା..!!


ଜାଣି ପାରି ପରେ ତୁମ ପରିଚୟ..

ଯୋଡିଲେ ହସ୍ତୀକୁ ହୋଇ ସେ ସଦୟ..!!


ସେଦିନରୁ ଗଜାନନ ବୋଲାଇଲ..

ଅଗ୍ରପୂଜ୍ୟ ହୋଇ ତୁମେ ବିରାଜିଲ..!!


ଶିକ୍ଷା ଦେଲ ପ୍ରଭୁ ଏ ମର୍ତ୍ତ୍ୟବାସୀଙ୍କୁ..

ବିମୁଖ ହେବେନି କେବେ ଯେ କର୍ମକୁ..!!


ପ୍ରାଣ ଯାଉ ପଛେ ବଚନ ନ ଯାଉ..

ମତାପିତା ପଦେ ଭକ୍ତି ରହିଥାଉ..!!


ସନ୍ତାନର ଜନ୍ମ ସନ୍ତାନର ପ୍ରାଣ..

ସନ୍ତାନ ତ ଜନ୍ମଦାତାଙ୍କ ଜୀବନ..!!


ତାଙ୍କ ମନ ଧରି ଚଳିଗଲେ ସିନା..

ମରଣ ବି କେବେ ବଡ଼ ତ ଲାଗେନା ..!!


ସବୁଠୁ ପ୍ରଥମ ସ୍ଥାନକୁ ଲଭିବ..

ଯଦି କର୍ମ ପଥେ ସର୍ବଦା ଚାଲିବ..!!


ଜୟ ବିଘ୍ନହର୍ତ୍ତା ପାଳନ କରତା...

ବିଦ୍ୟା ବୁଦ୍ଧି ସୁଖ ସମୃଦ୍ଧିର ଦାତା..!!


ସଦା କରି ତବ ପାଦେ ନିବେଦନ..

ମଥା ନୁଆଇଁ ସର୍ବେ କରୁଛୁ ପ୍ରଣାମ..!!




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children