STORYMIRROR

Sunanda Mohanty

Abstract Inspirational Thriller

4  

Sunanda Mohanty

Abstract Inspirational Thriller

ଜନ୍ମଭୂମି

ଜନ୍ମଭୂମି

1 min
8


ଜନ୍ମଭୂମି ମୋ ସବୁଠୁ ପ୍ରିୟ 

ମାତୃଭାଷା ତାର ଛୁଏଁ ହୃଦୟ 

ତା ମାଟିର ଫଳ ତା ନଈର ଜଳ 

ସୁଜଳା ସୁଫଳା ଶଶ୍ୟ ଶ୍ୟାମଳା ମାଳ 

ରକ୍ତ ଦେଇଛି ଶକତି ଭରି 

ତା ଚରଣ ବନ୍ଦି ହସେ କିଆରି 

ମାଆ ମାତୃଭୂମି ପରି କେ କାହିଁ 

ଜନମ ଭୂଇଁ ତା ଚରଣ ଛୁଇଁ 

ତା ପଦ ଯୁଗଳେ ମଥା ନୁଆଁଇଁ 

ବକ୍ଷରେ ମାଟି ଚାଷୀ ଲୋଟି ସାଉଁଟି 

ଫଳାଏ ଫଳ ସୁନ୍ଦର ତା ନଈ ନାଳ 

ସୁନ୍ଦର ବଣ ଶଶ୍ୟ ଶ୍ୟାମଳ 

ତା ବକ୍ଷେ ବୃକ୍ଷ ନହୋଇ ରୁକ୍ଷ 

 ଫଳ ଡ଼ାଳ ମୂଳ ବର୍ଷ ବାରମାସ ଯାକ 

ଜୀଵନ ସାରଣୀ କହେ ଯେତେ କାହାଣୀ 

 ଶ୍ରେଷ୍ଠ ମୋ ଜନ୍ମଭୂଇଁ ରାଜରାଣୀ 

ତା ମାତୃଭାଷା ଶିଖି ଶୁଣି ପଢି ଓ ଲେଖି 

ସାହିତ୍ୟ ସାଧନେ ହୋଇଛି ବତ୍ରୀ ଦେଖି 

ପିତାମହ ଯେତେ ଜନମି ଥିଲେ 

ଦେଶ ଓ ଜାତିର ଟେକ ରଖିଲେ 

ପଦାଙ୍କ ତାଙ୍କର ଅନୁସରଣ କରି 

ମିଶୁ ମୋର ଦେହ ଏ ଦେଶ ମାଟି ପୁରି 

ସ୍ବାଧୀନତା ଅର୍ଥ ନକରି କଦର୍ଥ 

ସୁନ୍ଦର ସବୁ ବସ୍ତୁ ଓ ପଦାର୍ଥ 

ଭଲ ଭଲ କାମ ଯିବାକୁ କରି 

ଶପଥ ନେବା ନବାଜୁ ଭେରୀ ବା ତୁରୀ 

ଆମରି ଦେଶର ଆମେ ନାଉରୀ 

କେତେ ବୀର ସୁର ନର ଗଲେଣି ଫେରି 

ବାର୍ତ୍ତା ଦେଇ ପଥ ଦେଖାଇ ପାଠକ ହୋଇ 

ରଖିବା ଟେକ ଏକାଠି ହୋଇ ଆମ ମା ପାଇଁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract