STORYMIRROR

Subhalaxmi Nayak

Abstract

3  

Subhalaxmi Nayak

Abstract

ଜନ୍ମ ମୃତ୍ୟୁ

ଜନ୍ମ ମୃତ୍ୟୁ

1 min
197

ଏ କୂଳରେ ଜନ୍ମ ସେ କୂଳରେ ମୃତ୍ୟୁ

ଜୀବନ ଡ଼ଙ୍ଗାରେ ବସିଛି ମଣିଷ

ଯାତ୍ରା ଆରମ୍ଭ ହୋଇଗଲେ ଥରେ 

ଜାଣେ ନାହିଁ କେବେ ଶେଷ।


ଶିଶୁ ହୋଇ ଜନ୍ମଦାତ୍ରୀ କୋଳେ ଖେଳେ

ବୟସ ବଢ଼ିଲେ କରମ ହାତେ

ଆୟୁଷ ସମୟ କଣ୍ଟା ଅଟକେନି

ଭଉଁରୀ ଭିତରେ ଭାଗ୍ୟ ଅଟକେ।


ଜନ୍ମରୁ ଆରମ୍ଭ ସମୟ ଚକ୍ର

ବୁଲି ବୁଲି ଯାଏ ବାର୍ଦ୍ଧକ୍ୟ ଦେଖି

ବୃଦ୍ଧ ଶରୀର ଅବଶ ହୋଇଲେ

ମନ ଖୋଜେ ଶିଶୁ ହୋଇ ଯାଆନ୍ତି କି!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract