Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidutprabha Mishra

Inspirational Others Children

3  

Bidutprabha Mishra

Inspirational Others Children

ଜନ୍ମ ଦିନ

ଜନ୍ମ ଦିନ

1 min
173



ଜନ୍ମ ଦିନ ଏକ ଶୁଭ ଦିନ ଅଟେ

ଆଶିଷ ନେବାର ପାଇଁ,

ଗୁରୁ ଗୁରୁଜନ ଙ୍କର ଆଶିଷ ନିଅନ୍ତି

ଚରଣ ତାଙ୍କର ଛୁଇଁ l


ମାଆ କରିଥାଏ ଷଠି ଦୁଶୀ ପୂଜା,

ପ୍ରଦୀପ ଥାଏ ସେ ଜାଳି

ଭୋଗ କରିଥାଏ ଷଠିମାଆ ପାଶେ

ସାତଟି ସରୁ ଚକୁଳି l


କଳସ ବସାଇ ପିଲାକୁ ବନ୍ଦାନ୍ତି

ବୁଢୀମା ଅବା ଆଈ,

ଜ୍ୟେଷ୍ଠ ଶ୍ରେଷ୍ଠ ପରମ୍ପରା ଆମ

ସଂସ୍କୃତି ର କଥା ଏଇ l


ସତ୍ୟନାରାୟଣ ମେଳା ହୋଇଥାଏ

ବ୍ରାହ୍ମଣ ପଢ଼ନ୍ତି ବହି,

ଷୋଳ ବର୍ଷ ଯାଏ ଵିଧି ଏହାପରା

ଆମର ଯାଇଛି ରହି l


ସାଇପଡିଶାରେ ଭୋଗ ବଣ୍ଟା ହୁଏ

ଆନନ୍ଦିତ ସର୍ବ ମନ

ପିଲାଟିକୁ ସର୍ବେ କଲ୍ୟାଣ କରନ୍ତି

ଏହିତ ଵିଧି ବିଧାନ l


 ପ୍ରଶ୍ଚାତ୍ୟ ସଭ୍ୟତାଅନୁକରଣ ରେ 

କେକ କାଟିବାର ଯୁଗ,

ମହମବତୀ କୁ ଜାଳି ଫୁଙ୍କିଥାନ୍ତି

ବିଚିତ୍ର ଜୀବନ ଭୋଗ l


ସାଙ୍ଗସାଥି ମେଳେ ବେଲୁନ ଟଙ୍ଗାଇ

ଫୁଟାଇ ଥାଆନ୍ତି ତାକୁ

ଢ଼ୋ ଢା ଶବ୍ଦ ନାଚ ଗୀତ ଗାଇ

ମାନନ୍ତି ଜନ୍ମ ଦିନକୁ l


ଈଶ୍ୱର କରନ୍ତୁ ଆମ ପରମ୍ପରା

 ଆଉଥରେ ଆସୁ ଫେରି,

ଆଶିଷ ଲଭନ୍ତୁ ପିଲାମାନେ ଆମ

 ନମ୍ରତା କୁ ଶିକ୍ଷା କରି l



Rate this content
Log in

Similar oriya poem from Inspirational