Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalandi pal

Inspirational

3  

Kalandi pal

Inspirational

ଦେଶର ବିକାଶ

ଦେଶର ବିକାଶ

1 min
179


ସୁଜଳା ସୁଫଳା  ଶସ୍ୟ ଶ୍ୟାମଳା 

ସବୁଜ ବନାନୀ ନଦ ନଦୀ ଘେରା

   ଶ୍ରେଷ୍ଠ ଭାବ ଧାରେ କବି

ବିକାଶେ ବିଜ୍ଞାନ  ଶ୍ରେଷ୍ଠ ଅବଦାନ

   ଆଙ୍କି ଦେଉ ଗର୍ବେ ଛବି ।।


ପାଦ ମାଡୁ ନାହିଁ ମାଟି ରାସ୍ତା କା'ର

ଆଖି ଦେଖୁନାହିଁ ନଡ଼ା ଚାଳ ଘର

   କଂକ୍ରିଟ ରଙ୍ଗୀନ ଘର

ଯୁଆଡ଼େ ଚାହିଁଲେ ବିକାଶର ଛବି

   ଆଖି କରେ ଝଲ ମଲ ।।


ବଣ କି ଜଙ୍ଗଲ  ଆଉ ଦିଶୁ ନାହିଁ

ପଦା ପଦା ଦିଶେ ମୋ ଭାରତ ଭୂଇଁ

   କମ୍ପାନୀ ହୋଇଛି ଠିଆ

ନଭଶ୍ଚୁମ୍ୱି ଅଟ୍ଟାଳିକା ଶୋଭା ପାଏ 

   ଦେଖି ଫାଟି ଯାଏ ହିଆ ।।


ବିକାଶ ନାଆଁରେ ଯୋଜନା ଗୃହୀତ

ବାଟ ମାରଣାରେ ଏ ଦେଶର ବିତ୍ତ

   ହରନ୍ତି କ୍ଷମତାଶାଳୀ

ରହି ଥାଏ ଚାହିଁ ଜୁଳୁ ଜୁଳୁ ହୋଇ

   ପକୃତ ହିତାଧିକାରୀ ।।


ବିକାଶର ପଥେ ମୋ ଦେଶ ଭାରତ

ପକୃତି କାନ୍ଦୁଛି ମୁହେଁ ଦେଇ ହାତ

   ତୁଟି ଯାଏ ତାର ଶିରୀ

ଅଦିନରେ ଦିନ ରୋଗୀ ସ୍ୱାସ୍ଥ୍ୟବାନ

  ପାକୃତିକ ଶୋଭା ହାରି ।।


ଆକାଶେ ଉଡୁଛେ ସାଗରେ ବୁଡ଼ୁଛେ

ଶୀତ ତାପ ନିୟନ୍ତ୍ରଣରେ ଶୋଉଛେ

   ବିଳାସ ବ୍ୟସନେ ଦିନ

କା ପେଟ ପୁରେନି କା'ର ବାସ ନାହିଁ

   ଛଟପଟ ହୁଏ ପ୍ରାଣ 

 ଏଇ ଆମ ବିକାଶର ନିଦର୍ଶନ ।।



Rate this content
Log in

Similar oriya poem from Inspirational