STORYMIRROR

Satyanarayan Sahoo

Abstract

4  

Satyanarayan Sahoo

Abstract

ଜଙ୍ଗଲ ନିଆଁ

ଜଙ୍ଗଲ ନିଆଁ

1 min
238


ଏବେ ପ୍ରତି ବର୍ଷ ବନ ହୁଏ ଧ୍ଵଂସ

ଲାଗି ଜଙ୍ଗଲ ରେ ନିଆଁ

ଦୁର୍ଲ୍ଲଭ ଦୁର୍ମୂଲ୍ୟ ବନସ୍ପତି ପଶୁ

ପକ୍ଷୀ ଓ ପତଙ୍ଗ ସ୍ୱାହା ।

ହୋଇ ଚାଲି ଥାନ୍ତି ବଢ଼ି ବଢ଼ି ଚାଲେ

ବର୍ଷ କୁ ବର୍ଷ ସମ୍ପ୍ରତି 

ଅଧିକାଂଶ ଅଞ୍ଚଳରେ ଅବସ୍ଥିତ

ବନେ ବନ ଅଗ୍ନି ଗତି ।

ପ୍ରଖର ଭାବ ରେ ଅଚାନକ କରେ

ଧ୍ବସ୍ତ ବିଧ୍ବସ୍ତ ଜଙ୍ଗଲ

ସୁବିସ୍ତିର୍ଣ୍ଣ ବନ ନିମିଷେ ଦହନ

କରେ ଏ ବନ ଅନଳ ।

ଆଗରୁ ନ ଥିଲା ସମପ୍ରତି ବଢିଲା

ମନୁଷ୍ୟ କୃତ କରଣୁ

ଗଛ ମୂଳେ ଜମି ଥିବା ଶୁଷ୍କ ତୃଣ

ବୁଦା, ଗୁଳ୍ମ, ପତର ରୁ ।

ଅଗ୍ନି ଲାଗି ଶିଖା ବ୍ୟାପଇ ସହସା

ହୁତୁ ହୂତୁ ହୋଇ ତୀବ୍ର

ଚାହୁଁ ଚାହୁଁ ଦହି ବନ ପଶୁ ପକ୍ଷୀ

ଜୀବ ଜନ୍ତୁ ତରୁ ତୃଣ ।

ବହୁ ସମସ୍ୟା ର ହୁଅଇ କାରଣ

ପରିବେଶ ପ୍ରଦୂଷଣ

ଧୂମ ବଳୟରେ ଅସହ୍ୟ ତାପରେ

ସନତାପେ ପ୍ରାଣୀ ଜୀବନ ।

ଓଜନ ସ୍ତର ରେ ଏହି ବାଷ୍ପ ପୂର୍ଣ୍ଣ

ହୋଇ କ୍ଷୟ କରେ ତାହା

ଦିନୁ ଦିନ ଧରି ବଢ଼ି ବନ ପୋଡ଼ି

ବଢ଼େ ଜୀବ ଙ୍କ ଦୁର୍ଦ୍ଦଶା ।

ବସନ୍ତ ଋତୁ ର ଆରମ୍ଭ କାଳ ରୁ

ଦୀର୍ଘ ବର୍ଷା ଋତୁ ଯାଏଁ

ପ୍ରତି ଦିନ ନାନା ସ୍ଥାନେ ନିତି ନିତି

ବନ ଅଗ୍ନି ଲାଗି ଥାଏ ।

ଯାହା ପାଇଁ ବହୁ ବିଦ୍ଧ ଦୁଃଖ କ୍ଳେଶ

ଅଶାନ୍ତି ଉପୁଜି ଥାଏ

ସବୁଜ ସୁନ୍ଦର ପ୍ରାକୃତିକ ଶୋଭା

ଅବଲୁପ୍ତ ହୋଇ ଯାଏ ।

ଆହା କି କରାଳ ଅତି ଭୟଙ୍କର 

କରେ ସବୁ ନାର ଖାର ।

ଜଙ୍ଗଲ ର ନିଆଁ କରଇ ଛlନିଆଁ

ଲିଭାଇ ହୁଏ ନା ତାହା

ଲଗେଇ ଦେଇ ଯେ ମଣିଷ ହିଁ ନିତି

ନାଶଇ ତୁହା କୁ ତୁହା ।

ବର୍ଷା ର ଅଭାବ ଲାଗିଣ ରହିବ

ଜଙ୍ଗଲ ହୋଇଲେ ଶୂନ୍ୟ

ଶିକାର ଓ ପୋଡୁ ଚାଷ ପାଇଁ ନିତି

ହୋଇଣ ଅସାବଧାନ ।

ନାଶି ଦିଏ ଖରେ ନର ଅବିଚାରେ

ପିଶାଚ ସାଜି ଜଙ୍ଗଲ

ଧ୍ବଂସ ହେଲେ ବନ ଯେ କ୍ଷତି ପୂରଣ

କେ ଦେବ ତାହର ମୂଲ ।

ବହୁ ଉପକାରୀ ତରୁ ତୃଣ ଗୁଳ୍ମ

ଔଷଧୀୟ ଆଚ୍ଛାଦିତ  

ଅଞ୍ଚଳ ବିନଷ୍ଟ କରି କେଉଁ ଯଶ

ଲଭଇ ନର ପାପିଷ୍ଠ ।


Rate this content
Log in

Similar oriya poem from Abstract