STORYMIRROR

pranati Mahapatra

Tragedy

2  

pranati Mahapatra

Tragedy

ଜ୍ଵଳନ ଅନୁତାପ

ଜ୍ଵଳନ ଅନୁତାପ

1 min
120

ସମୟ ତ କେବେ ଯାଏନି ସମାନ

ଲାଗିଥାଏ ଭଲମନ୍ଦ,

ଦିନ ଥିଲେ ନିଶ୍ଚେ ରାତି ଯେ ଆସିବ

ହସଥିଲେ ପୁଣି କାନ୍ଦ।

ଦୁଃଖି ଦୁଃଖ ଅବା ବିପଦେ ପୀଡିତ

ଜନେ କଲେ ଉପହାସ 

କିଏ ନ କହିବ ସେମିତିକା ବେଳ

ଚୋରାଇବ ମୁଖୁ ହସ।

ସମବେଦନାର ସ୍ଵର ଉଠାଇବା 

ପାଇଁ ଯେ ନ ଥିବେ କେହି,

ଅନୁତାପ ଧାସେ କୁହୁଳି କୁହୁଳି 

ମିଟିମିଟି ଥିବ ଚାହିଁ।

ସାବଧାନ ହୁଅ ଭାଇ।



Rate this content
Log in

Similar oriya poem from Tragedy