STORYMIRROR

Arati Sahoo

Inspirational Others

3  

Arati Sahoo

Inspirational Others

ଜଳିବ ଦୀପାଳି

ଜଳିବ ଦୀପାଳି

1 min
14.2K


ଦୀପ ତଳ କିଆଁ ଅନ୍ଧକାର ବୋଲି

କେହି ଜଣେ ପ୍ରଶ୍ନ କଲା।

ଦୀପ ତଳେ କେତେ ଇତିହାସ ଗାଥା

ସାଇତା ହୋଇଛି ପରା।

ମନେ ପଡେ଼ ଦିନେ ଅଯୋଧ୍ୟା ମାଟିରେ

ରାମଚନ୍ଦ୍ର ବାହୁଡ଼ିଲେ।

ଅସୁରତ୍ୱ ,ପାପ ବିମୋଚନ କରି

ରାମ ରାଜ୍ୟ ସ୍ଥାପି ଦେଲେ।

ଅମା ଅନ୍ଧକାରେ ପୂରିଥିଲା ମହୀ

ଡାକୁଥିଲା ତ୍ରାହି ତ୍ରାହି।

ଅଧର୍ମ ଭାରାରେ ଜୀବନ ଥମିଲା

ରକ୍ଷା କର ଭାବଗ୍ରାହୀ।

ଆନନ୍ଦାତିରେକେ ପୁରବାସୀ ସର୍ବେ

ଦୀପମାଳା ସଜ କଲେ।

ରୋଷଣୀ ନିଶାଣ ଛୁଟାଇଣ ପରା

ଦୀପାବଳି ନାମ ଦେଲେ।

କନକ ପୂରୀରେ କନକ ଅଞ୍ଜୁଳି

ରାଜମାତା ପଣତରେ।

ରାଜ୍ୟ ଜୟ କରି ରାଜବଧୂ ଧରି

ଲେଉଟେ କୁମର ପୁରେ।

ଘୃତ ଦୀପ ଜାଳି ବନ୍ଦାପନା କରି

ପୁରକୁ ପାଛୋଟି ନେଲେ।

ଦୀପାବଳୀ ସମ ପ୍ରଦୀପ ମାଳାରେ

ରାଜବାଟୀ ସଜାଇଲେ।

ଅପଭ୍ରଂଶ ହେଲା ଦୀପମାଳା ଗଲା

ସରାଗ ବି ଗଲା ମରି।

ବିଜୁଳି ବତୀର କାରଣେ ଭେଳାଟି

କୁମ୍ଭାରର ଗଲା ବୁଡ଼ି।

ତାଳ ଫୋଟକାର ଚାହିଦା କମିଲା

କେମିକାଲ ବାଣ ପାଇଁ।

ରଙ୍ଗୀନ ଆଲୋକ ଭେଳିକିରେ ଦେଖ

ପିଲେ ହୋନ୍ତି ହାଇଁ ପାଇଁ।

ବାୟୁ ପ୍ରଦୂଷିତ, ଧ୍ୱନି ପ୍ରଦୂଷିତ

ଜଳ ପ୍ରଦୂଷିତ ହୁଏ।

କର୍କଟର ସାଥେ ହୃଦୟ ଆଘାତ

କେତେ ଯେ ଜୀବନ ନିଏ।

ଦୀପାବଳୀ ଦିଏ ଶାନ୍ତିର ବାରତା

ପ୍ରକାଶର ପର୍ବ ପରା।

ଅନ୍ଧାର ଉପରେ ଆଲୋକର ଜୟେ

ହସିବ ଆମର ଧରା।

ଆସ ଆମେ ଏହି ଶପଥଟି ନେବା

ପାବନ ଏ ଦିବସରେ।

ମାଟି ଦୀପାଳିରେ ଗୃହ ମଣ୍ଡାଇବା

ଦୀପାବଳୀ ଅବସରେ।

ମାଟି ମଧ୍ୟୁ ଜାତ ମାାଟି ଅଟେ ସତ୍ୟ

ବାକି ସବୁ ମିଥ୍ୟା ଭାଇ।

ମାଟିରେ ହସିବା ମାଟିରେ ମିଶିବା

ଚିରନ୍ତନ କଥା ଏହି।

ଆରତୀ ସାହୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational