STORYMIRROR

Prafulla Chandra Mishra

Tragedy

4  

Prafulla Chandra Mishra

Tragedy

ଜଳବନ୍ଦୀ

ଜଳବନ୍ଦୀ

1 min
178


ତଳମାଳ ନଇକୂଳ ଘର ବିପଦ ସଙ୍କୁଳ

ବରଷା ଆସିଲେ ମନେ ଯାଗଇ ଭୀତି

ଦିନ ଦିନ ମାସ ମାସ ଜଳବନ୍ଦୀ‌ ହୋଇ ବାସ

ପ୍ରାଣ ହୁଏ ଛଟପଟ ନଥାଏ ଗତି

ସତେ କେତେ ଦୁର୍ଗତି

ଛୁଆ ପିଲା ଗୋରୁ ଗାଈ ଅଖିଆ ଅପିଆ ରହି

ଦୁଃଖ ଦୁର୍ଦ୍ଦଶା ରେ କଟେ ଦିନ କି ରାତି ।।


ରାତି ଯେବେ ମାଡି ଆସେ ବିଷାଦ ଛାୟା ପରଶେ

ହଜିଯାଏ ମୁଖୁ ହସ ଆନନ୍ଦ ଯେତେ 

ମାଳ ମାଳ ଶରିସୃପ ଅନ୍ଧାର ନାହିଁ ‌ଆଲୋକ

ଜଳବନ୍ଦୀ କି ବିପଦ ଜୀବନ ପଛେ

ସତେ କେତେ ବିପଦେ

ବର୍ଷାକାଳ ତଳମାଳ ‌ଜଳବନ୍ଦୀ କି ବିକଳ

ଜୀବନ ଦୋଳି ଖେଳଇ ସଂସାର ପଥେ ।।


ଭିଜା ମାଟି ଭିଜା ଘର ନାହିଁ ଚୁଲି ନାହିଁ ଚାଳ

ତଥାପି ବଂଚିବା ପାଇଁ ସଂଗ୍ରାମ କରଇ

ନାହଁ କାଠ ନାହିଁ ଜାଳ ଚର୍ତୁପାଶ୍ଵେ ଖାଲି ଜଳ

ବର୍ଷାକାଳେ ଜଳବନ୍ଦୀ ଏମିତି କରଇ

ସେ ଭୟ ସଂଚାରଇ

ତଳମାଳ ନଦୀକୂଳ ଜଳବନ୍ଦୀ ର ସଂସାର

ଦୁଃଖ ଖାଲି ଦୁଃଖ ଦାଉ ଅସହ୍ୟ ହୁଅଇ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy