ଜଳବନ୍ଦୀ
ଜଳବନ୍ଦୀ
ତଳମାଳ ନଇକୂଳ ଘର ବିପଦ ସଙ୍କୁଳ
ବରଷା ଆସିଲେ ମନେ ଯାଗଇ ଭୀତି
ଦିନ ଦିନ ମାସ ମାସ ଜଳବନ୍ଦୀ ହୋଇ ବାସ
ପ୍ରାଣ ହୁଏ ଛଟପଟ ନଥାଏ ଗତି
ସତେ କେତେ ଦୁର୍ଗତି
ଛୁଆ ପିଲା ଗୋରୁ ଗାଈ ଅଖିଆ ଅପିଆ ରହି
ଦୁଃଖ ଦୁର୍ଦ୍ଦଶା ରେ କଟେ ଦିନ କି ରାତି ।।
ରାତି ଯେବେ ମାଡି ଆସେ ବିଷାଦ ଛାୟା ପରଶେ
ହଜିଯାଏ ମୁଖୁ ହସ ଆନନ୍ଦ ଯେତେ
ମାଳ ମାଳ ଶରିସୃପ ଅନ୍ଧାର ନାହିଁ ଆଲୋକ
ଜଳବନ୍ଦୀ କି ବିପଦ ଜୀବନ ପଛେ
ସତେ କେତେ ବିପଦେ
ବର୍ଷାକାଳ ତଳମାଳ ଜଳବନ୍ଦୀ କି ବିକଳ
ଜୀବନ ଦୋଳି ଖେଳଇ ସଂସାର ପଥେ ।।
ଭିଜା ମାଟି ଭିଜା ଘର ନାହିଁ ଚୁଲି ନାହିଁ ଚାଳ
ତଥାପି ବଂଚିବା ପାଇଁ ସଂଗ୍ରାମ କରଇ
ନାହଁ କାଠ ନାହିଁ ଜାଳ ଚର୍ତୁପାଶ୍ଵେ ଖାଲି ଜଳ
ବର୍ଷାକାଳେ ଜଳବନ୍ଦୀ ଏମିତି କରଇ
ସେ ଭୟ ସଂଚାରଇ
ତଳମାଳ ନଦୀକୂଳ ଜଳବନ୍ଦୀ ର ସଂସାର
ଦୁଃଖ ଖାଲି ଦୁଃଖ ଦାଉ ଅସହ୍ୟ ହୁଅଇ ।।