STORYMIRROR

Papu parida

Tragedy Others

3  

Papu parida

Tragedy Others

ଜଳବନ୍ଦୀ

ଜଳବନ୍ଦୀ

1 min
217

 ପବନେ ଆଣିଲା

ସମୁଦ୍ରେ ଜୁଆର

ଉଡେଇ ନେଲା ସେ

ମୋ ଘର ଦୁଆର।


ପ୍ରକୋପରେ ତାର

ଦେଲା ସିଏ ଛନ୍ଦି

ଚାରିଆଡେ ଜଳ

ହେଲି ଜଳବନ୍ଦୀ।


ଖାଦ୍ୟଶସ୍ୟ ସଙ୍ଗେ

ସଞ୍ଚିଥିବା ଧନ

ଆଶହୀନ ମନ

ଶୋଷିତ ଜୀବନ।


ଭୋକ ବିକଳରେ

ଅସହ୍ୟ ବେଦନା

ଓଦା ଚୁଲିରେ ମୋ

ରାନ୍ଧି ବି ହୁଏନା।


 ପିନ୍ଧିବାକୁ ନାହିଁ

ଶରୀରରେ କନା

ସ୍ବପ୍ନ ଦେଖିବାକୁ

କରିଦେଲା ମନା।


ଅତଳ ଜଳରେ

ହୋଇଲୁ ନିମଗ୍ନ

କେବେ ହେବ ତ୍ରାହି

ପଚାରୁଛି ମନ।


ବାଲି ଚରିଗଲା

କ୍ଷେତରେ ମୋହର

ବଞ୍ଚିବି କିପରି

ଦେଏରେ ଉତ୍ତର।


କିଏ ଶୁଣିବରେ 

ଗୁହାରି ମୋହର

କଅଣ କରିବ

ମୋ ପରିବାର।


ଖୋଲା ଆକାଶରେ

କଟୁଛି ଜୀବନ

ଧୂଳିସାତ ସବୁ

ଦେଖିଥିବା ସ୍ୱପ୍ନ।


କେଉଁ ପାପର ଯେ

ଦଣ୍ଡ ମତେ ଦେଲ

କୁହ ପ୍ରଭୁ କୁହ

ତୁମେ ଏକି କଲ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy