STORYMIRROR

Krushnapriya Mohapatra

Abstract

2  

Krushnapriya Mohapatra

Abstract

ଜଳ ହିଁ ଜୀବନ

ଜଳ ହିଁ ଜୀବନ

1 min
2.9K

ସଂସାରେ ବଞ୍ଚିବା ସଧାରଣ କଥା, ଜନମଠୁ

ମୃତ୍ୟୁ ସମୟ ନେଇ

ଅସାଧାରଣ ଯିଏ କରଇ ତାହାକୁ ,ଅନ୍ୟ ପାଇଁ ଟିକେ ଜୀବନ ଜୀଇଁ

ମନେ ଭରି ଦିଏ ଅପୂର୍ବ ଆନନ୍ଦ, ମୁହୂର୍ତ୍ତ କୁ କରେ ଅମୃତମୟ

ଅମର୍ତ୍ତ୍ୟ ଆନନ୍ଦ କର ଆସ୍ବାଦନ, ଅନ୍ୟ ପ୍ରାଣେଭରି

ମଧୁର ପ୍ରେମ

ଜଳକୁ ଜୀବନେ ତୁଳନା କରିବା ,ଅନୁଭବ କର

ନିଜକୁ ରଖି

ପର ଉପକାର ,କରେ ଅବିରତ ,ନିଜକୁ ହଜାଇ

ଅନେକ ପାଇଁ

ସାଗର ଜଳରେଭରା ଯେ ସମ୍ପଦ, ଅସଂଖ୍ୟ ଜୀବଙ୍କୁ

ଦେହରେ ବହି

ପ୍ରଖର କିରଣେ ହୋଇ ଵାଷ୍ପିଭୂତ ମେଘ ସୃଷ୍ଟି ହୁଏ

ଜଗତ ପାଇଁ

ବରଷେ ବାରିଦ ଭିଜାଏ ଧରାକୁ ସବୁଜ ଶ୍ୟାମଳା

କରାଏ ଭୂଇଁ

ଘଞ୍ଚ ବନାନୀ ର କୋଳରେ ଅଶେଷ ଜୀବ ଜଗତ 

ଯେ ଆଶ୍ରୟ ନେଇ

ବୃକ୍ଷ ହିଁ ଜୀବନ ବୃକ୍ଷ ରଖେ ପ୍ରାଣ, ଜଳ ବିନା ବୃକ୍ଷ

ରହିବ ନାହିଁ

ପର୍ବତ ଶିଖରେ ଅବା ଉଦ୍ୟାନରେ ବରଷେ ଜଳ କି

ସ୍ଵହିତ ପାଇଁ

ପଚାର ଜଳକୁ ବଞ୍ଚଇ କା ପାଇଁ, କି ତାର ଉଦ୍ଦେଶ୍ୟ

କି ଅବା ଲକ୍ଷ୍ୟ

ପର ପାଇଁ ପ୍ରାଣ ଉତ୍ସର୍ଗକରିଛି ଉପଲବ୍ଧି କରେ

ଅନନ୍ୟ ସୁଖ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract