ଜଜୀବନ ଯମୁନା
ଜଜୀବନ ଯମୁନା
ଜୀବନ ଯମୁନାରେ କେବେ ଜୁଆର ଭଟ୍ଟା
କେବେ ରାଗ ରୋଷ ପିୟୁଷ ହଟହଟା
ପିଲାଦିନେ ବାପା ବୋଳିଦେଲେ ଶିକ୍ଷା ଅଠା
ବୋଉ ପୂଜୁଥିଲା ତୁଳସୀ ପିନ୍ଧି ପରମ୍ପରା ମଠା l
ବାପା ବୋଉ ଗଲେ ଛାଡ଼ିଦେଇ
ଭାଇ ଭଉଣୀଙ୍କୁ କୂଳରେ ଲଗାଇ
ଯିଏ ସମ୍ଭାଳୁଛି ଯାହା ସଂସାର ସିଠା
ସଂସ୍କୃତି ପରମ୍ପରା ଓଡ଼ିଆ ନିଆରା ଭାଷା ଗଇଁଠା l
ଯିଏ ଜାଣିଛି ମୋ ଭାଷା ଓ ଐକ୍ୟ ଖାଇ ଆରିସା ପିଠା
ଦେବ ଦେବୀ ଭକ୍ତି ଅତିଥି ପ୍ରୀତି ଧରି ଡ଼ଙ୍ଗା ଚାଲୁଛି ପଠା
ଜୀବନ ଯମୁନା ଅନେକ କାମନା ସାତରଙ୍ଗ କେବେ ନିଲଠା
ଦିବ୍ୟ ଅନୁଭବେ ଦିବ୍ୟ ଦର୍ଶନ ରେ ମହାଦୀପ ଉଠା l
ଜୀବନ ସଳିତା ଜଳୁଛି ଜଳିବ ଦୀପ ତେଜି ଦେଉଥା
ଜୀବନ ଯମୁନା ବହିଯାଉ ପଛକୁ ପକାଇ ଘନଘଟା
ଜୀବନ ଯମୁନା ସୁଅରେ କେବେ ଖଟା କେବେ ମିଠା
ସଂସ୍କୃତି ସଂହତି ଭିତରେ ଜୀବନ ଯମୁନା ମାଟିର ମୁଠା l
ମାଟି ମାଆ ଅଛି ଥିଲା ଥିବ ଜୀବନ ଯମୁନା ଘଟରେ ଘାଟା
ଜୀବନ ଯମୁନା ଖାଉଥାଏ କୂଳ କେବେ ପତଳା ମୋଟା
ଜୀବନ ଯମୁନା ସ୍ରୋତରେ ପ୍ରେମ ସାଉଁଟା l
ଜୀବନ ଯମୁନା ଅଙ୍କା ବଙ୍କା ରାସ୍ତା ପକା ଉଠା
ଜୀବନ ଯମୁନା ଦୁଇ ନିଆଁ ଭରା ଘଣ୍ଟ ଓ ଘଣ୍ଟା
ଜୀବନ ଯମୁନା ଏକୂଳରେ ଜୁଆର ସେ କୂଳେ ଭଟ୍ଟା l