Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Surjyakanta Dash

Inspirational

4  

Surjyakanta Dash

Inspirational

ଜିତିବାର ହାଟ

ଜିତିବାର ହାଟ

1 min
193



ଶବ୍ଦର ଜଞ୍ଜାଳ ଭିତରେ ସବୁବେଳେ ଉବୁଟୁବୁ

ପ୍ରାଚୀନତାର କାରୁକାର୍ଯ୍ୟରେ ଜର୍ଜରିତ ପ୍ରାଣ

ପରିପ୍ରକାଶ କରିପାରେ ସଭ୍ୟତାର ହାଟ

ଏଠି ସବୁବେଳେ ହାଟ ହିଁ ବସେ

ବାସ୍ତବରେ ଗ୍ରାହକ ଆଊ ଗ୍ରହିତା

ଟଣା ଓଟୋରା ଲାଗିଥାଏ ସବୁବେଳେ

ଉର୍ଦ୍ଧ୍ୱମୁଖି ପକ୍କା ଘର ସବୁ

ଟାହି ଟାପରା କରନ୍ତି ଏହି ସମାଜକୁ

ଦେଖ, ଏତେ ହାଟ କରି ଲାଭ କଣ ?

ତୁମେ କଣ ଆମ ଠାରୁ ଉଚ୍ଚ ହୋଇ ପାରିବ !

କଣ ତୁମେ ଆମକୁ ସମାହିତ କରି ପାରିବ

ଦେଖ କ୍ଷମତା ଆମର !

ତୁମେ ସବୁବେଳେ ସମାହିତ ଆମ ଭିତରେ

ଏହି କଂକ୍ରିଟ ଜଙ୍ଗଲରେ...

ଶୂନ୍ୟତାର ପରମ୍ପରାରେ

ଯେପରିକି ରାଜା ରାଜ୍ୟ ଜୟ କରି

ଚାଲିଯାଏ ନିର୍ବାସନରେ

ତଥାପି କବି ଖୋଜି ବୁଲେ

ଏମିତି ଏକ ହାଟ

ବାସ୍ତବରେ ଅଙ୍ଗେଲିଭା କଥା

ଜମିର ଆୟତନ ଠାରୁ ବଢିଯାଏ

ଆୟତନ କୋର୍ଟ କଚେରୀର ଫାଇଲ

ଆହୁରି ବଢ଼ିଯାଏ ଆୟତନ

ଗର୍ବ ଓ ଅହଙ୍କାରର...

ବୁଝି ପାରେନି ଅବୋଧ ମଣିଷ

ସବୁଠାରୁ ବୁଦ୍ଧିମାନ ହୋଇ ମଧ୍ୟ

ବଢ଼ିଯାଏ ଅହଙ୍କାର କ୍ରୋଟନ୍ ଗଛ ଭଳି

ଆରେ ଏଠି ସବୁ ସମସ୍ତେ

ଗୋଟେ ଗୋଟେ କ୍ରୋଟନ୍ ଗଛ ତ

କାହାର ଭିତରେ ତ, ଆଉ କାହାର ବାହାରେ

ନିଜ ଭାଗ୍ୟର ଦ୍ୱାହି ଦେଇ ହୁଏ ଲଢେଇ

ପ୍ରଥମ ଓ ଦ୍ଵିତୀୟ ବିଶ୍ଵଯୁଦ୍ଧ

କିଏ ଜିତେ କିଏ ବା ହାରେ

ଜାଣି ପାରେନି ମୁଁ ଏହା ଭିତରେ...

ସମ୍ୟକ୍ ଦୃଷ୍ଟିକୋଣରୁ ଚିନ୍ତା କଲେ

ଜିତି ପାରିଛି ବା କିଏ

ଯିଏ ଜିତିଛି ସିଏ କଣ ହାରିନି ?

ନିଶ୍ଚୟ ହାରିଛି..

ସବୁ ବିଶ୍ଵ ଯୁଦ୍ଧର କ୍ଷୟ କ୍ଷତିର

ମୂଲ୍ୟ ତାକୁ ଦେବାକୁ ପଡ଼ିଛି

ତାର ଅଜାଣତରେ

ତଥାପି ସେ ଦଉଡିଛି ଜିତିବା ପଛରେ

ନିରୁଦ୍ଦିଷ୍ଟ ଗତିରେ ଧଇଁ ସଇଁ ହୋଇ

ହାଟରେ ହାଟରେ ।



Rate this content
Log in

More oriya poem from Surjyakanta Dash

Similar oriya poem from Inspirational