Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

BISWESWAR MAJHI

Abstract

4.3  

BISWESWAR MAJHI

Abstract

ଜିଲ୍ଲା ପରିକ୍ରମା: କେନ୍ଦୁଝର

ଜିଲ୍ଲା ପରିକ୍ରମା: କେନ୍ଦୁଝର

1 min
14



ପ୍ରକୃତି ରାଣୀର ଅପରୂପ ଶୋଭା

       ଝାଡଖଣ୍ଡ ସୀମାନ୍ତରେ

କେନ୍ଦୁଝର ଜିଲ୍ଲା ବଣ ପାହାଡରେ

       ଭରା ଖଣି ଖାଦାନରେ।


ଦ୍ୱିତୀୟ ବୃହତ୍ତମ ଜିଲ୍ଲା ଓଡିଶାର

      ସ୍ୱତନ୍ତ୍ର ରାଜ୍ୟ କେନ୍ଦୁଝର

ସ୍ୱାଧୀନତା ପରେ ମିଶ୍ରଣ ହୋଇଲା

      ଲୌହମାନବଙ୍କୁ ସ୍ମର।


ଭୂୟାଁ ଗଣ୍ଡ କୋରା ଜୁଆଙ୍ଗ ବାଥୁଡି

       କିଷାନ ହୋଓ ସାନ୍ତାଳ

ସଉରା ଭୂମିଜ କୋହ୍ଲ ସାଉଣ୍ଟି 

      ଆଦିବାସୀ କେନ୍ଦୁଝର।


କେନ୍ଦୁଝର ଚମ୍ପୁଆ ଆନନ୍ଦପୁର

      ତିନି ଉପଖଣ୍ଡ ନେଇ

ଅବିଭକ୍ତ ଜିଲ୍ଲା ଅଛି ପୂର୍ବ ପରି

      ତାରିଣି ଆଶିଷ ନେଇ।


କେନ୍ଦୁଝର ଜିଲ୍ଲା ଆନନ୍ଦ ପୁରରୁ

       କଟକ କୁ ସମତଳ

ଭଦ୍ରକ ପାଣିକୋଇଲି ସହିତ

   ଯୋଗାଯୋଗ ଚଣ୍ଡିଖୋଲ।


କୋଏଲ୍ ଶଙ୍ଖ ଦୁଇ ଧାରା ମିଶି

   ବହି ବ୍ରାହ୍ମଣୀ କେନ୍ଦୁଝରରେ

ଓଡିଶାର ଅନ୍ୟତମ ବଡନଦୀ

    ବୈତରଣୀ ଝର ଝରେ। 


ଯୋଡା ବଡ଼ବିଲ ଖଣି ଖାଦାନରେ 

         ସ୍ୱର୍ଣପ୍ରସୁ କେନ୍ଦୁଝର

ଖଣିଜ ପଦାର୍ଥ ଭରିଛି ତହିଁରେ

         ଜିଲ୍ଲା ହୁଏ ନାରଖାର।


କେନ୍ଦୁଝର ଅଦୂରରେ ଅଛି ବଡ

      ଘାଗରା ସାନ ଘାଗରା

ଓଡିଶାର ଶ୍ରେଷ୍ଠ ପର୍ଯ୍ୟଟନ ସ୍ଥଳୀ

      ଭୀମକୁଣ୍ଡ ଜଳଧାରା।


ଘଟ ଗାଆଁ ଶାଳ ବଣରେ ତାରିଣି

        ମାତାଙ୍କର ବିଜେସ୍ଥଳୀ

ସଙ୍କଟ ତାରିଣି ବୋଲି ନାମ ଖ୍ୟାତ

       ଦେହୁରି ସେବକ ଅଳି।


କେନ୍ଦୁଝର ଭୂୟାଁ ରାଜା ବିରୁଦ୍ଧରେ

       ପ୍ରଜାମେଳି ଜାଗରଣ

ଫକୀର ମୋହନ ଦେୱାନ ବୁଦ୍ଧିରେ

       ପଣ୍ଡ କଲେ ତାକୁ ଜାଣ।


ଦୈତ୍ୟାରୀ ନାୟକ ବାଂଶପାଳଠାରେ

      ତିନି କିମି ପାହାଡ ଖୋଳି

ଟାଙ୍ଗରା ଭୂଇଁରେ ଜଳସେଚନ କରି

      ପଦ୍ମଶ୍ରୀ ଉପାଧି କିଳି।


ଅର୍ଦ୍ଧ ଶିକ୍ଷିତ ନାରୀ ତୁଳସୀ ମୁଣ୍ଡା

      ସାମାଜିକ କର୍ମୀ ସାଜି

ପଦ୍ମ ପୁରସ୍କାର ସାଉଣ୍ଟି ଆଣିଲେ

       କେନ୍ଦୁଝର ଗର୍ବ ଅର୍ଜି।


କେନ୍ଦୁଝର ଲଳନା ଚନ୍ଦ୍ରାଣୀ ମୁର୍ମୁ

       ରଚିଲେ ସେ ଇତିହାସ

ତେଇଶି ବୟସେ ଲୋକସଭା ପ୍ରାର୍ଥୀ

      ଜିତିଲେ ସର୍ବ କନିଷ୍ଠ।


ଖଣି ମାଫିଆଙ୍କ ପରାକ୍ରମ ଭାରି

       ଅଧିକାରୀ ଲାଞ୍ଚଖୋର

ଲୁଟି ଖାଇଗଲେ କେନ୍ଦୁଝର ବାସୀ

      ଚାହିଁଛନ୍ତି ଜଳଜଳ।


କାଚକେନ୍ଦୁ ପରି ପାଣି ବହୁଥିଲା

      ଝରଣାରୁ ଝରଝର

ସେଥିପାଇଁ ବୋଧେ ଜିଲ୍ଲାର ନାମଟି

      ରହିଅଛି କେନ୍ଦୁଝର।


କେନ୍ଦୁପତ୍ର ତୋଳା ମୁଖ୍ୟ ଜୀବିକା

      ଯେଣୁ ସେ ଜିଲ୍ଲା ବାସୀଙ୍କ

ନାମଟି ତାହାର ହେଲା କେନ୍ଦୁଝର

      ଭାବୁଛି ଏହି କ୍ରମାଙ୍କ।


ରେଳପଥ ରାଜପଥ ଚଉଦିଗେ

       ବିଛାଡି ହୋଇ ପଡିଛି

କେନ୍ଦୁଝର ଆଜି ଉନ୍ନତି ପଥରେ

       ଅଗ୍ରସର ହେଉଅଛି। 


ସ୍ୱୟଂ ସହାୟିକା ମହିଳା ସେଠାରେ

       ଫୁଲ ବଢି କରି ପ୍ରସିଦ୍ଧ

ଦେଶ ବିଦେଶକୁ ରପ୍ତାନୀ ହେଉଛି

       ଅର୍ଥନୀତି ହୁଏ ଉର୍ଦ୍ଧ୍ଵ।


ଶାଳପତ୍ର ଶିଳ୍ପ କେନ୍ଦୁପତ୍ର ବିଡି

      ଜୀବନ ଜୀବିକା ତହିଁ

ସରଳ ଜୀବନ ମହତ ଚିନ୍ତାରେ

      କେନ୍ଦୁଝରବାସୀ ରହି।


କେନ୍ଦୁଝର ଦେଇ କଲିକତା ଠାରୁ

      ମୁମ୍ବାଇ ଯାଇଛି ରାସ୍ତା

ତଥାପି ବଦଳୁ ନାହିଁ ସେ ଜିଲ୍ଲାର

       ଅର୍ଥନୈତିକ ଅବସ୍ଥା।


ଶିଳ୍ପ ନଗରୀ ଟାଟା ରାଉରକେଲା

        କଳିଙ୍ଗ ନଗର ସହ

କେନ୍ଦୁଝର ଜିଲ୍ଲା ଯୋଡି ହୋଇଅଛି

      କି ଲାଭ ହେଉଛି କୁହ !


କେନ୍ଦୁଝର ଦେଇ ବୈତରଣୀ ପାଣି

      କେତେ ଗଲାଣି ସାଗରେ

ନିଷ୍କପଟ ଅଧିବାସୀଙ୍କ ଅବସ୍ଥା 

      ଦେଖି ନେତ୍ରୁ ନୀର ଢାଳେ।



Rate this content
Log in

Similar oriya poem from Abstract