STORYMIRROR

SUSMITA MISHRA

Inspirational

3  

SUSMITA MISHRA

Inspirational

ଜୀଵନ ଖରା ଛାଇ ଖେଳ

ଜୀଵନ ଖରା ଛାଇ ଖେଳ

1 min
115

ରଡ଼ି ରଡ଼ି କହି ଯାଏ କାଳ 

ଜୀଵନର ଅଙ୍କା ବଙ୍କା ପଥରେ 

କେବେ ହସି ହସି  

    କେବେ କାନ୍ଦି କାନ୍ଦି 

ସୁଖ ଦୁଃଖ ସାଥିରେ 

   ଖେଳ ଖେଳିଥାଏ 

ଜୀଵନ ଖରା ଛାଇ ଖେଳ 

ଜୀବନ ଖରା ଛାଇ ଖେଳ।

ଗଡ଼ି ପଡ଼ି ହୋଇ ଯାଉଛି କାଳ 

ସମୟ କହୁଛି ହୋଇ ବିକଟାଳ 

ବୟସ ତୋହର ସରି ସରି ଯାଏ 

 ମୁରବି ପଣିଆ ଖସି ଖସି ଯାଏ 

ବନ୍ଧୁ ବାନ୍ଧବ ସଖା ସହୋଦର 

 ଦେଖିଲେ ତତେ ଲୁଚି ଲୁଚି ଯାଏ 

ଯୌବମ ସରିଲେ କ୍ଷମତା ଗଲେ 

ମିଠା ଫଳ ବି ହୁଏ ଖଟା ଫଳ 

ଯେମିତି କି ସିଏ ହୁଏ ବିଷଫଳ 

ଜୀବନଟା ଖରା ଛାଇ ଖେଳ  

ଜୀବନଟା ଖରା ଛାଇ ଖେଳ।

ଦୁଃଖ ସୁଖର ଅନୁଭୂତି ରୁ 

 ଖରା ଛାଇ ର ଖେଳ ଖେଳରୁ 

ଜୀଵନ ଧନ ତୁ କିଛି ଶିଖ 

 ବେଳ ଥାଉ ଥାଉ ବନ୍ଧ ବାନ୍ଧ 

ପ୍ରଭୁ ଚରଣେ ନିଜ ଶିର ରଖ 

 ତେବେ ପାଇବୁ ତାଙ୍କରି କାନ୍ଧ ।

କାଳ ଧରିଛି ବାଳକୁ 

 ଟାଣି କହୁଛି ସଭିଙ୍କୁ 

ଠାକୁର ର ଅମାପ ବଳ 

 ତା ଚରଣେ ଶରଣ ପଶ 

ସ୍ଥାନ ପାତ୍ର ଦେଖି ଯେ କାଳ 

 ଆଶୀଷ ରେ ଦେଵ ତତେ ସୁଫଳ 

ଜୀବନ ଟା ମଧୁମୟ ଶ୍ରୀଫଳ 

 ଉପର ଟାଣ ଭିତରେ ତରଳ 

ଯେବେ ଜୀଵନ ଡରିବୁ ନାହିଁ 

 ଖାଇବୁ ତେବେ ମଧୁମୟ ଶ୍ରୀଫଳ 

ଯେବେ ଖାଇବୁ ସେ ଶ୍ରୀଫଳ 

 ବାନ୍ଧିବ ନାହିଁ ତତେ ଯେ କାଳ 

ଜୀଵନ ପଥେ ଆସୁ ଯେତେ ସୁଖଦୁଃଖ

ସମୟ କଲେ ବି ରଡ଼ି ଯେତେ ବିକଟାଳ 

ଜୀଵନ ବହିବାରେ ଆଉ ଅଟକାଇବନି ମହାକାଳ 

ଜୀଵନ ଖରା ଛାଇର ଖେଳ 

ଜୀଵନ ଖରା ଛାଇର ଖେଳ।



రచనకు రేటింగ్ ఇవ్వండి
లాగిన్

Similar oriya poem from Inspirational