STORYMIRROR

DR PRASANTA KUMAR BISWAL

Abstract Inspirational

3.2  

DR PRASANTA KUMAR BISWAL

Abstract Inspirational

ଜୀବନଯାତ୍ରା

ଜୀବନଯାତ୍ରା

1 min
36


ଜୀବନଟା ଏକ ପ୍ରତିଯୋଗିତା 

କଳେ ବଳେ କୌଶଳେ

ଅବା ମଧୁର ମିଥ୍ୟାର ଛଳେ

ଅନ୍ୟ କୁ ପଛକୁ ଠେଲି 

ନିଶା କେବଳ ହେବାକୁ ବିଜେତା ।

ଜୀବନଟା ଏକ ଆତ୍ମ ବିଜ୍ଞାପନ

ଘର ଠୁ ବାହାର

ସ୍କୁଲ ଠୁ ଦପ୍ତର

ଶ୍ରେଷ୍ଠ କର୍ମଫଳ ଆତ୍ମ ପ୍ରସନ୍ନ 

ପୁଣି ପାରିବା ପଣିଆ ପ୍ରଦର୍ଶନ। 

ଜୀବନଟା ଏକ ଅବିରାମ ଦୌଡ 

ଜୀବନରୁ ଜୀବିକା 

ନେତ୍ରୀ ରୁ ନାୟିକା 

ପ୍ରେମରୁ ପ୍ରେମିକା 

ସବୁ ପ୍ରଧାବିତ

ପିନ୍ଧିବାକୁ ସଫଳତାର ମଉଡ। 

ସବୁ ଆତ୍ମ ବିଜ୍ଞାପନ 

ପ୍ରଚ୍ଛଦ ପଟରେ ଅଭିଳାଷା 

କାଣିଚାଏ, ସୁଖରେ ଜୀବନ,

ମାତ୍ର ମିଳିଛି 

ତମାମ ଜୀବନେ 

ଘରଟେ କଳି,

ଶାନ୍ତି ଠୁ ଅଶାନ୍ତି ଯାଇଛି ବଳି,

ଏ ବିଚିତ୍ର ଦୁନିଆ 

ପଦ ପଦବୀ ଲାଗି କରନ୍ତି କଜିଆ,

ସ୍ବାର୍ଥ ଲାଗି ଆପଣାନ୍ତି

ଉପାୟ ନୂଆ ନୂଆ। 

କିନ୍ତୁ ଶାନ୍ତି ଏଠି ଅପହଁଞ୍ଚ 

ସବୁ ମାୟାରେ ମୋହିତ 

ବିଷୟେ ଗ୍ରସିତ 

ବାହ୍ୟ ଚାକ ଚକ୍ୟରେ ଆକର୍ଷିତ, 

କସ୍ତୁରୀ ମୃଗର ନ୍ୟାୟରେ

ସକଳ ଭ୍ରମିତ।


Rate this content
Log in

Similar oriya poem from Abstract