ଜୀବନ୍ତ ଦେବୀ ମୋ ମା
ଜୀବନ୍ତ ଦେବୀ ମୋ ମା
ସୂକ୍ଷ୍ମ ପ୍ରଣେ ରୁଗ୍ଣ ତନୁ କାନ୍ତି ବହି
ନାରିକେଳ ସମ ମନଟିଏ ନେଇ
ମୋହ ନିଦ୍ରା ଯାଏ ବହି ଅଶ୍ରୁ ନୟନରେ
ସୂଚକଚିନ୍ହ ଉନ୍ନତି ସ୍ମରି ହୃଦୟରେ।
ଦି ଓଳି କି ନିଅଣ୍ଟ ବାୟୁ ପ୍ରାଣ ତାର
ଜ୍ଞାନ, କର୍ମ, ସ୍ୱାର୍ଥ ତ୍ୟାଗ ଦେବୀ ସେ ସତ୍ୟର
କରୁ ଝରୁଥାଏ ସୁଧା, ଓଠୁ ଷଟପଦ ରସ
ଗଢ଼ି ଗଢ଼ି ଚାଲିଥାଏ କୀର୍ତ୍ତିର ବୟସ।
ସ୍ୱଳ୍ପ ବିଦ୍ୟା ସିନା ଅଟେ ଜ୍ଞାନର ବସୁଦ
ସନ୍ତାନ ସନ୍ତତି ସ୍ନେହ ତାର ପଞ୍ଚାୟୁଧ
ବାଣ୍ଟି ମଧୁ ବ୍ୟବହାର ପଞ୍ଚୁବନି ସ୍ନେହ
ଆଜିବି ଚାଲିଛି ବାଟ ଥକି ନାହିଁ କାୟ।
ପଠଦ୍ଦଶା ରୁ କୋମଳ ସୁମନ ସମାନ
ସାଜିଛି ଆଜି ମେଦିନୀ ଛାଡି ସୁକ୍ଷ୍ମ ଚିନ୍ହ
ବସ୍ତୁବାଦୀ ସମାଜରେ ସେ ଜୀବନ୍ତ ଦେବୀ
ଦିନ ଯାଆନ୍ତା କି ବିତି, ତା ଚରଣ ସେବି।
ଦୁରେ ଥାଇ ସ୍ମରେ ତାକୁ ଦେଇ ଅଶ୍ରୁ ଅର୍ଘ୍ୟ
ତା ପଣତ କର ସ୍ପର୍ଶ ମିଳେ ଥିଲେ ଭାଗ୍ୟ
ଭାଗ୍ୟବାନ ନିଶ୍ଚୟ ମୁ ସବୁଦିନ ନୁହେଁ
ଅଳ୍ପ ହେଲେ ଶାନ୍ତିରେ ତା କୋଳରେ ଶୁଏ।
