ଜୀବନରେ କେବେ ନହେବ ଶୁଆ
ଜୀବନରେ କେବେ ନହେବ ଶୁଆ
ମିଟୁ ମିଟୁ ବୋଲି ଡାକଇ ଶୁଆ,
ଥଣ୍ଟ ଲାଲ ତାର ଦେହ ଶାଗୁଆ ।
ମଣିଷ ଭାଷାରେ କଥା କୁହଇ,
ସଭିଙ୍କ ମନକୁ ସିଏ ଜିଣଇ।
ଲଙ୍କା ଓ ପିଜୁଳି ପ୍ରିୟ ଆହାର,
ନବାଗତଙ୍କୁ ସେ କରେ ଜୁହାର ।
ଅନୁକରଣ ପ୍ରିୟ ହେବାରୁ ସିଏ,
ବନ୍ଦୀ ଜୀବନ ସେ ବିତାଇ ଥାଏ।
କୋଇଲି ଗାଏ ଯେ ନିଜର ସ୍ବର,
ମୁକ୍ତ ବିହଙ୍ଗ ତା କଣ୍ଠ ମଧୁର ।
ଜୀବନରେ କେବେ ନହେବ ଶୁଆ,
ସବୁଠି ରଖିବ ନିଜସ୍ୱ କୁହା।