Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anita Jena

Abstract Inspirational Others

3  

Anita Jena

Abstract Inspirational Others

ଜୀବନର ସୂତ୍ର

ଜୀବନର ସୂତ୍ର

1 min
181


ସବୁ କିଛି ଏକା ବେଳେ 

      ପାଇବାର ଆଶା,

ବେଳେବେଳେ କରି ଦିଏ 

     ଜୀବନ କୁ ନିରାଶା ।


ସୁଖ ଦୁଃଖ ଦୁଇ ଟି କୂଳ

      ଜୀବନ ନଈ ର ,

ଜାବୁଡି ଧରିବାକୁ ପଡେ ସମ୍ପର୍କ ର କାତ

    ଏଠି ପରା ସୁଅ ପ୍ରଖର । 


ବିଚଳିତ ମନ ଅସ୍ଥିରତା ଭାବନା

   ସଦା କରି ଥାଏ ବ୍ୟାକୁଳ ,  

 ଛୋଟ ଏକ ଭୁଲ ପାଇଁ ପରା

  ଜୀବନ ହୋଇ ଉଠେ ଆକୁଳ ।


ଅନାବନା ଚିନ୍ତା ଧାରା ସମ୍ପୂର୍ଣ୍ଣ

 ବଦଳେଇ ଦିଏ ଜୀବନ ର ଦିଗ,

ସୁନ୍ଦର୍ ଏକ ଜୀବନ ସଫଳତାର

   ନୁହେଁ ଏତେ ସହଜ ।  


କ୍ଷଣ ସ୍ଥାୟୀ କ୍ରୋଧ ଉପରେ 

   କରିବାକୁ ହୁଏ ନିୟନ୍ତ୍ରଣ , 

ଚୀର ସ୍ଥାୟୀ ଉଦାରତା ପାଇଁ

   ଖୁସି ହୁଏ ଆଗମନ । 


ଜୀବନ ର ସୂତ୍ର ସଦା ରହି ଆସିଛି

  କଠିନ ଜଟିଳ କଷ୍ଟକର, 

ମନେ ଥିଲେ ଇଚ୍ଛା ଶକ୍ତି ନୁହେଁ 

  କିଛି ଶବ୍ଦ ଅସମ୍ଭବ ର । 


ସରଳ ସୁନ୍ଦର୍ ଜୀବନ ଯେବେ

   ପାଇବାକୁ ଇଚ୍ଛା ଥାଏ ,

ଅମାନିଆ ମନ କୁ ବୁଝେଇ 

      ରୋକିବାକୁ ହୁଏ । 


ସମୟ ଯେ ବଦଳି ଥାଏ 

   ଘଣ୍ଟା ର ତାଳେ ତାଳେ ,

ଧର୍ଯ୍ୟ ବାନ୍ଧି ବଢ଼ିଲେ ଆଗକୁ 

   ସଫଳତା ନିଶ୍ଚେ ମିଳେ ।  


ଶ୍ରେଷ୍ଠ ଜୀବ ଦୁନିଆ ରେ 

      ବୋଲଏ ମଣିଷ ,

ତାରି ହାତ ରେ ଦୁନିଆ ଆରମ୍ଭ

   ପୁଣି ହେଇ ଥାଏ ଶେଷ । 


ସହିବାର ଶକ୍ତି ଥିଲେ ମନେ 

    ଜିତିଯିବା ଶତ୍ରୁ ର ମନ ,

ବାଣ୍ଟିବା ଯଦି ସ୍ନେହ ଭାବ 

    ରହିବନି ଅଭିମାନ ।


Rate this content
Log in

Similar oriya poem from Abstract