ଜୀବନର ପ୍ରତ୍ୟେକ ପାହାଚ
ଜୀବନର ପ୍ରତ୍ୟେକ ପାହାଚ
ଜୀବନର ପ୍ରତେକ ପାହାଚରେ
କିଛି ନା କିଛି ଶିକ୍ଷା ପାଇଲି ।
ଭଲ ହେଉ ଅବା ଖରାପ
କିନ୍ତୁ ବଞ୍ଚିବାର ସୂତ୍ର ଜାଣିଲି ।
କାହା ପାଇଁ ଜରୁରୀ ନୁହେ ମୁଁ
ବାସ୍ ଆବଶ୍ୟକତା ପାଇଁ ଖୋଜା ପଡ଼ିଲି ।
ଅନେକ୍ ଅନେକ୍ ମୋଡ଼ରେ
ଶକ୍ତ ଧକ୍କା ମୁଁ ପାଇଲି ।
ଅନେକ୍ ଙ୍କୁ ଚିହ୍ନି ମୁଁ ପାରିଲି
ତାଙ୍କ ନିଜସ୍ଵ ରୂପର ଦର୍ଶନ କରଲି ।
ଭୁଲ୍ ମୋର, ଭୁଲ ମୋର ଥିଲା
ତାଙ୍କୁ ନେଇ ଯୋଉ ଏତେ ଗର୍ବ କରୁଥିଲି ।
ଗର୍ବ ବଡ ସରଳତାର ସହ
ଚୂର୍ଣ୍ଣ ବିଚୁର୍ଣ୍ଣ ହୋଇଗଲା ।
ମୋର ନିଃସ୍ୱାର୍ଥ ଭରସା
ଖଣ୍ଡ ଖଣ୍ଡ ହୋଇ ବିଞ୍ଚି ହୋଇ ପଡିଲା ।
ଶିକ୍ଷିଲି ଜୀବନର ପ୍ରତେକ ସମୟରେ
ପ୍ରତେକ ସମ୍ପର୍କରୁ ଜାଣିଲି ।
ଅବଶ୍ୟ ମାୟାଶାକ୍ତ ଜୀବନ
ଜାଣି କି ଭି ମୋହରେ ପଡ଼ିଲି ।
ଖୁସି ଅନେକଙ୍କ ଖୁସି ପାଇଁ
ନିଜ କୁ ତିଳ ତିଳ କରି ଜାଳିଲି ।
କିଛି ଭି ଲାଭ ହେଲାନି
କାହା କୁ ସନ୍ତୁଷ୍ଟି କଲା ପରି ଖୁସି ପାଇଲିନି ।
ସମସ୍ତ ଙ୍କର ମୋ ଉପରେ ଥିବା ଆଶା
କିଛି ନା କିଛି ବାକି ରହିଯାଇଛି ।
ଏତେ ହଜେଇ ଦେଲି
ଅନ୍ୟର ଖୁସି ପାଇଁ ନିଜକୁ ।
ଏବେ ଖୋଜି ପାଇବା ଭି
ନିଜର ଅସ୍ତିତ୍ଵ କଷ୍ଟ ସାଧ୍ୟ ଲାଗୁଛି ।
ଜୀବନର ବାକି ଥିବା ରାସ୍ତା
ଯାହା ବର୍ତ୍ତମାନ ଚାଲୁଛି ।
ପ୍ରତେକ ଟି ପାଉଣ୍ଡରେ
କିଛି ନା କିଛି ଶିକ୍ଷା ପାଇ ଚାଲିଛି ।
ଶିକ୍ଷାର ଅନ୍ତ ତେବେ ହେବ
ଯେବେ ମୃତ୍ୟୁ ମୋତେ ନିଜର କରିବ ।
ଏବେ ମୁଁ ମୃତ୍ଯୁ ଅପେକ୍ଷାରେ
ମୃତ୍ୟୁ ଅପେକ୍ଷାରେ ବଞ୍ଚି ରହିଛି ।
