STORYMIRROR

Rabindra kumar Sahoo

Abstract Tragedy

4  

Rabindra kumar Sahoo

Abstract Tragedy

ଜୀବନର ଦୁଃଖ

ଜୀବନର ଦୁଃଖ

1 min
279

ଜୀବନ ସଙ୍ଗିନୀ ହେଲେ

ତୁମ ପ୍ରତି ବିମୁଖ

ସନ୍ତାନ ସନ୍ତତି ହୋଇଲେ ମୂର୍ଖ

ପିତାମାତା ଗୁରୁ ଗୁରୁଜନଙ୍କ ମନେ

ଯଦି ଦେଲ କେବେ ବି ଦୁଃଖ

ବଞ୍ଚିବାର ରାହା ହୋଇଯାଏ ଦୁର୍ବିସହ

ସତେ କି ଅହରହ ଲାଗି ରହେ

ଜୀବନେ ପ୍ରାକୃତିକ ଦୁର୍ବିପାକ

ଭୋଗିବ ନିଶ୍ଚୟ ଦୁଃଖ, ରୋଗ ଓ ଶୋକ

ଏହି ସବୁ ବାବୁ ଜୀବନର ବଡ ଦୁଃଖ ।


ସଂସାର କରିଲେ ରହିଛି ମୋହ ଓ ମାୟା

ସମୁଦାୟ ଧନରେ ଏ ମୋହରେ ନ ହୁଅ ବାୟା

ସଭିଙ୍କ ସଙ୍ଗତେ ସୁସମ୍ପର୍କ ରଖ

ଦୁନିଆଁରେ ଅଛନ୍ତି ନାନା ରକମ ଲୋକ

କେ ଧନୀ କେ ନିର୍ଦ୍ଧନ ସଭିଙ୍କୁ

ସମ ଦୃଷ୍ଟିରେ ଦେଖ

ଭୋଗ ବିଳାସରେ ନାହିଁ ରେ ସୁଖ

ତ୍ୟାଗରେ ବାବୁ ପାଇବୁ ସୁଖ

ଅନ୍ୟାୟ, ଅନୀତି, ଦୁର୍ନୀତିକୁ

ଯେବେ କରିବୁ ବିମୁଖ

ସଂସାରେ ବଞ୍ଚିବୁ ପାଇ ତୁ ସୁଖ

ଲୋଭ ମୋହେ ଯଦି ପଡିବୁ ଜୀବନ ଯାକ

ନ ଖଟାଇବୁ ଯଦି ତୋ ସ୍ଵ ବିବେକ

ନିଶ୍ଚୟ ଭୋଗିବୁ ଜୀବନେ ଦୁଃଖ ।


ଅଦୃଶ୍ୟ ଶକ୍ତି ଏକ ସବୁରି ମାଲିକ

ତା ପ୍ରତି ରଖିବୁ ଚିନ୍ତା ଓ ଦକ

ଆମରି ସ୍ରଷ୍ଟା ଅଟେ ଆମ ପ୍ରକୃତି ମାତ

ତା ପ୍ରତି ଧ୍ୟାନ ଦେବୁ ନିଶ୍ଚିତ

ତା ଠାରୁ ସୃଷ୍ଟି ଯେହେତୁ ଆମେ

ସଭିଏଁ ଆମେ ପରା ପ୍ରାକୃତିକ

କୃତ୍ରିମ ପଦାର୍ଥୁ ଯେତେ ରହିବୁ ଦୂର

ଉତ୍ତମ ରହିବ ସ୍ଵାସ୍ଥ୍ୟ ଟି ତୋର

ନିଜକୁ ଗଢିବୁ କରି ସଂସ୍କାରୀ

କେଉଁ କାର୍ଯ୍ୟ କେବେ ନ ଲାଗିବ ଭାରୀ

ସମାଜେ ରହି ନିଜକୁ ସଜାଇବୁ ସାମାଜିକ

ସ୍ନେହ, ପ୍ରେମ ଓ ଶ୍ରଦ୍ଧାରେ 

ବାନ୍ଧିବୁ ଲୋକ ପ୍ରତ୍ୟେକ

ଏସବୁ ଗୁଣୁ ହେବୁ ଯଦି ବିମୁଖ

ତୋ ପାଇଁ ଏସବୁ ହୋଇଯିବ

ଜୀବନର ସବୁଠୁ ବଡ ଦୁଃଖ ।


ପରୋପକାରୀ ଯେବେ ହୋଇବୁ

ସୁଖ ଶାନ୍ତିରେ ଦିନ ନିଶ୍ଚେ କାଟିବୁ

ଏ ଜଗତର ସକଳ ଜୀବ, ନାରୀ ଓ ନର

ଅଟନ୍ତି ଜଣେ ଜଣେ ଈଶ୍ଵରଙ୍କ ଅବତାର

କାହା ମନେ କେବେ ନ ଦେବୁ କଷ୍ଟ ଓ ଦୁଃଖ

କାହାକୁ ଚେଷ୍ଟା ନ କରିବୁ ମଗାଇବାକୁ ଭିକ

ଯେତେ ପାରୁଚୁ ଯାହାକୁ 

ଦାନା ପାଣିର ବ୍ୟବସ୍ଥା କରିବୁ ଜୀବନ ଯାକ

ଅନ୍ୟ ଦୁଃଖେ ଯଦି ମନେ ପାଇବୁ ସୁଖ

ସେ ହେବ ତୋ ପାଇଁ ଜୀବନର ବଡ ଦୁଃଖ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract