STORYMIRROR

Bharatabandhu Biswal

Tragedy Action Inspirational

4  

Bharatabandhu Biswal

Tragedy Action Inspirational

ଜୀବନର ଦୋଛକିରେ

ଜୀବନର ଦୋଛକିରେ

1 min
191


ସନ୍ଧିକ୍ଷଣ ଦୁଃସ୍ଥିତିରେ ସବୁକିଛି ଲାଗେ

ଅସାମାନ୍ୟ    

ଖୁବ୍ ମାପିଚୁପି ପାଦଟିକୁ ଥାପିବାକୁ ହୁଏ ।

ଧନ ଜନ ବାହୁବଳ କ୍ଷମତାର ଅହଂ

କାମ କିଛି ଦିଏ ନାହିଁ ଦୁଃସମୟେ,

ପାଖଛଡା ଦେଇଥାନ୍ତି ଆପଣାର ଲୋକେ ।

ଦିଶେ ନାହିଁ ସ୍ପଷ୍ଟ ରାହା ସାହା

ମିଳେ ନାହିଁ କିଛି ସହାୟତା,

ଅନ୍ଧକାର ମାଡି ଆସେ ଦଶଦିଶ

ଶୂନ୍ୟ ଶୂନ୍ୟ ଖାଲି ଖାଲି ଲାଗେ ।

ଧୈର୍ଯ୍ୟଶୀଳ ମଣିଷଟି ସଚେତ ସଜାଗେ

ଦୃଢ଼ କରେ ଆତ୍ମବଳ, ଈଶ୍ୱର ବିଶ୍ୱାସ

ବୁଦ୍ଧି ବଳେ ଏକାକୀ ହିଁ ଲଢେ ,

ଜୀବନର ଦୋଛକିରେ

ସହୁପଛେ ଦୁଃଖ କଷ୍ଟ 

ସତ୍ୟ ଶିବ ସୁନ୍ଦର କୁ ବରେ,

ଜୀବନର ଜୟ ହୁଏ

ତା ନିକଟେ ମରଣ ହିଁ ହାରେ ।

  



Rate this content
Log in

Similar oriya poem from Tragedy