Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidutprabha Mishra

Inspirational Others Children

4  

Bidutprabha Mishra

Inspirational Others Children

ଜୀବନର ଛନ୍ଦ

ଜୀବନର ଛନ୍ଦ

1 min
376



ସାତ ସୁରେ ବନ୍ଧା ଏହି ଜୀବନ ଟି

କେତେ ଯେ ଛନ୍ଦରେ ପୂର୍ଣ୍ଣ,

ଆନନ୍ଦ ବିଷାଦ ବିରହ ମିଳନ 

ରଚେ ଜୀବନର ଗାନ l


କେତେବେଳେ ସିଏ ବର୍ଷଣ ମୁଖି 

ଅସରାଏ ଧାରା ପରି,

ନୟନରୁ ଆମ ଝରାଏଲୋତକ 

ହୃଦ ବିଦାରଣ କରି l


ସୁଖ ଆସିଥାଏ କେବେ ଜୀବନରେ

ପୂର୍ଣ୍ଣମୀ ଜୁଆର ନେଇ,

ମନ ବେଳାଭୂମି ଉତଫୁଲ୍ଲିତ ହୁଏ

ପରଶ ତାହାର ପାଇ l


ମିଳନ ରାଗରେ ଛନ୍ଦା ୟିତ ମନ

ଆକାଶୁ କୁସୁମ ତୋଳେ,

କେବେବି ସରଗ ଛିଡ଼ିପଡିଥାଏ

ବିରହର କୋପାନଳେ l


ଶୈଶଵ ବେଳରେ ମନଟି ଆମର

ଚଞ୍ଚଳ ସେ ପ୍ରଜାପତି,

କେବେ ଖେଳୁଥାଏ କେବେ ବୁଲୁଥାଏ

ବିହଙ୍ଗମ୍ ପରି  ଗତି l


ବାତ୍ସଲ୍ୟ ରସରେଜୁଡୁବୁଡୁ ମନ

ମାଆ ର ପଣତ ତଳେ,

ଭକତି ରସରେ ବିଭୁଙ୍କ ପୟରେ

ଆହୁତି କେବେ ସେ ଢାଳେ l


ଆସିଲେଯୌବନ ଛଳ ଛଳ ମନ

 କଳ କଳ ସ୍ରୋତସ୍ୱିନୀ,

ଋତୁ ଅନୁସାରେ ବେଗତା ବଦଳେ

ସାଜେ କେବେ ମାୟାବିନୀ l


ପ୍ରଖର ବେଗରେ ବନ୍ଧ ବାଡ଼ ଭାଙ୍ଗେ

ଦୁଇ କୁଳ ଲଙ୍ଘିଯାଏ,

ତାଳ ଲୟ ତାର ହୁଏ ଦ୍ରୁତତର

ଉଚ୍ଚ ରାଗେ ଯେହ୍ନେ ଗାଏ l


ଜୀବନର ସଞ୍ଜେ ଧୀର ଯତିପାତ

ବେସୁରା ହୁଅଇ ଛନ୍ଦ,

କରୁଣ ରାଗିଣୀ ଗାଉଛି ସତେବା

ତାଳ ଲୟ ତାର ମନ୍ଦ l


ଛନ୍ଦ ମୟ ଏହି ଜୀବନ ରେ ପ୍ରଭୁ

ତୁମେ ଏକା ସାହା ମୋର,

ଛନ୍ଦ ମୋର କାହିଁ ହଜିବା ପୂର୍ବରୁ

ଆଶ୍ରା ଦିଅ ଶ୍ରୀ ପୟର l



Rate this content
Log in

Similar oriya poem from Inspirational