STORYMIRROR

Kalandi pal

Inspirational

3  

Kalandi pal

Inspirational

ହେରା ପଞ୍ଚମୀ

ହେରା ପଞ୍ଚମୀ

1 min
224

କଥା ଦେଇଥିଲ ଆସିବ ଫେରି ତ

    ଗୋଟେ ଦିନ ସେଠି ରହି.

ହେଲେ ବିତିଗଲା ପାଞ୍ଚ ଦିନ ପ୍ରଭୁ

    ତୁମେ ତ ଫେରିଲ ନାହିଁ.

ପ୍ରଭୁ, ମନ ମୋର ବୁଝୁନାହିଁ. l0l


ରାଧା ବିନା କୃଷ୍ଣ ସୀତା ବିନା ରାମ

   ଲକ୍ଷ୍ମୀ ବିନା ଜଗନ୍ନାଥ.

ଘଡ଼ିଏ ଅନ୍ତର ହେଲେ କେ କାହାଠୁ

    ହୁଏ ତ ମହାଭାରତ.

କେମିତି ରହିଛ ପାଞ୍ଚ ଦିନ ପ୍ରଭୁ

   ମୋ କଥା କି ମନେ ନାହିଁ.l1l


ଆଜି ପଞ୍ଚମୀରେ ଯିବି ଦର୍ଶନରେ

   ସାଥି ସହଚାରି ଧରି.

ପ୍ରଭୁଙ୍କୁ ଦେଖିବି ମନେ ତୋଷ ହେବି

   କୁଶଳ କଥା ପଚାରି.

ମାତା ସଜ ହେଲେ ଗୁଣ୍ଡିଚା ମନ୍ଦିରେ

   ନିର୍ଜନ ରାତି ପୁହାଇ.l2l


ଗୁଣ୍ଡିଚା ମନ୍ଦିରେ ଶାରଧା ବାଲିରେ

   ରଥ ତ ଦେଖିଲେ ମାତା.

ଦର୍ଶନେ ଆସିଛି ଆହେ ପ୍ରାଣେଶ୍ୱର

   ପଠାଇ ଦେଲେ ବାରତା.

ବାରତା ଶୁଣିଲେ ଦୁଆର କିଳିଲେ

  ଦରଶନ ଦେଲେ ନାହିଁ. l3l


ରାଗ ରୋଷ ହୋଇ ଫେରିଲେ ମାତା ତ

   ମନରେ ପାଇ କଷଣ.

ଶାରଧା ବାଲିରେ ନନ୍ଦୀଘୋଷ ରଥ

   ଭାଙ୍ଗି ଶାନ୍ତ କଲେ ମନ.

ମନ ଦୁଃଖେ ଆସି ଫେରିବା ବାଟକୁ

   ମନ୍ଦିରେ ରହିଲେ ଚାହିଁ. l4l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational