ନ ଦିନ କୁଣିଆଁ
ନ ଦିନ କୁଣିଆଁ
ଆସିଥିଲେ ମାତା ହେ ଜଗତକର୍ତ୍ତା
ଦୁଆର କିଳି ତ ଦେଲ
ଦର୍ଶନ ନ କରି ଗଲେ ସେହୁ ଫେରି
ଏକଥା ଭଲ କି କଲ
ତାଙ୍କ, ମନେ ରୋଷ ବଢ଼ାଇଲ ।
ଦି ଦିନ କୁଣିଆଁ କହିରେ କାଳିଆ
ନ ଦିନ କୁଣିଆ ହେଲ
ଦେଇଥିବା କଥା କରିଲ ଅକଥା
ମନ୍ଦିର କଥା ଭୁଲିଲ
ଲଷ୍ମୀ ମାତା ସଦା ଦରଶନ ପରେ
ଭୁଞ୍ଜନ୍ତି ଭୋଜନ ନିତି ହରଷରେ
କେମିତି ତାଙ୍କୁ ଭୁଲିଲ l
ବହି ମାତା ରୋଷ ଭାଙ୍ଗି ନନ୍ଦିଘୋଷ
ଦେଉଳ ଫେରି ଆସିଲେ
ଗୁଣ୍ଡିଚା ମନ୍ଦିରେ ରଥ ଭଙ୍ଗା ଦେଖି
ଫେରିବାକୁ ସଜ ହେଲେ
ମାନମୟୀ ମାତା ଅଭିମାନେ ଭରା
ଦେଉଳ ଦୁଆର କିଳିଦେଲେ ଭଲା
କେମିତି ଯିବ ଦେଉଳ ।