STORYMIRROR

Bijaya Kumar Swain

Inspirational

3  

Bijaya Kumar Swain

Inspirational

ଆଡ଼ପ ମଣ୍ଡପେ ଜଗତର ନାଥ

ଆଡ଼ପ ମଣ୍ଡପେ ଜଗତର ନାଥ

1 min
237

ଆଡ଼ପ ମଣ୍ଡପେ ବିଜେ ଲୋ

 ପ୍ରଭୁ ଜଗତ ନାଥ

ଭାଇ ଭଉଣୀଙ୍କୁ ନେଇ ଲୋ

 କେତେ କରୁଛି ନାଟ।


ସାରା ବରଷ ତୁ ଦେଖିଲେ

 ଶିରୀ ମନ୍ଦିରେ ଯାଇ

ଆଡ଼ପ ମଣ୍ଡପେ ଥରୁଟେ 

 ଯେବେ ଦେଖିବୁ ଯାଇ।


ଜନମ ଜନମ ପାପ ଯେ

 ସବୁ ହୋଇବ କ୍ଷୟ

ଅଭୟ ଦାତା ସେ ମଣିମା

 ଦେବେ ପରା ଅଭୟ।


ଆଡ଼ପ ମଣ୍ଡପ ଶୋଭା ଯେ

 କେବେ ବର୍ଣ୍ଣି ନୁହଁଇ

ଯେଉଁଠାରେ ବିଜେ କରନ୍ତି

 ସେହି ଜଗତସାଇଁ।


ଅମର ଧାମରୁ ଅମରେ

 ପରା ଆସନ୍ତି ଧାଇଁ

ଆଡ଼ପ ମଣ୍ଡପେ ଦର୍ଶନ

  କରି କଳା ଗୋସାଇଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational