STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ହରି ନିଅ ବିପତ୍ତି

ହରି ନିଅ ବିପତ୍ତି

1 min
227


ମହା ବିପତ୍ତିରୁ ପାରି କର ପ୍ରଭୁ 

  ଚରଣେ ଶରଣ ଗଲି

ସବୁ ଦୁଃଖ କଷ୍ଟ ହରି ନିଅ ପ୍ରଭୁ

  ଏତିକି ଗୁହାରି କଲି......


ଅନ୍ତରକୁ ଆଉ କିଏ ବା ବୁଝିବ

ଅନାଥକୁ କିଏ ସାହା ଯେ ହୋଇବ

ତୁମ ବିନା କୁହ କିଏ ବା ନିଜର

ହାତ ଟେକି ଡାକେ ଭକତ ତୁମର


ଭବର ବାଧାରୁ ଉଦ୍ଧାରିବ ପ୍ରଭୁ

 କରୁଅଛି ମୁଁ ଯେ ଅଳି

ମହାବିପତ୍ତିରୁ ପାରି କର ପ୍ରଭୁ.......


ଯୁଗେ ଯୁଗେ ତୁମେ ଯେବେ ବି ଆସିଛ

ଭକତଙ୍କ ପାଇଁ ଲୀଳା ତ ରଚିଛ

ଶ୍ରୀ ଭୁଜ ତଳେ ତୁମେ ରଖିଥାଅ

ଭକ୍ତର ଲୁହକୁ ତୁମେ ପୋଛି ଦିଅ


ତୁମରି ସୃଷ୍ଟିକୁ ରଖିବ ହେ ପ୍ରଭୁ

 ଆହେ ମୋର ବନମାଳି

ମହାବିପତ୍ତିରୁ ପାରି କର ପ୍ରଭୁ 

ଚରଣେ ଶରଣ ଗଲି.......



Rate this content
Log in

Similar oriya poem from Inspirational