ସମ୍ପର୍କର ନଦୀ ତୀରେ
ସମ୍ପର୍କର ନଦୀ ତୀରେ
ସମ୍ପର୍କ ଗୋଟିଏ ନଦୀତୁଠ ଧାର
ସବୁବେଳେ ସେ ହୁଅଇ ସ୍ଥିର
ନଦୀ ଆରପଟେ କୁଳ ହେଲେ
ଅନ୍ୟ ପଟେ ସମ୍ପର୍କର ଥଳ |
ସମ୍ପର୍କ ନୁହେଁ ବାଲିର ଘର
ତୋଳୁ ତୋଳୁ ପୁଣି ଭାଙ୍ଗିଯିବ
ସମ୍ପର୍କ ନୁହେଁ ମରୁଭୂମି ତଟ
ଯୋଡୁ ଯୋଡୁ ପୁଣି ଜଳିଯିବ |
ସମ୍ପର୍କ ଅଟେ ବିଶ୍ୱାସର ପ୍ରତୀକ
ସବୁବେଳେ ସେ ଅତୁଟ ଥିବ
ସଂପର୍କ ସବୁବେଳେ ଅଟେ ସୀମିତ
ନଥାଏ ଧନୀ ଗରିବ ବାଦ ବିବାଦ |
ସମ୍ପର୍କ ସୃଷ୍ଟି ହୁଏ ସତ୍ୟ ବଚନରୁ
ନଥାଏ ସେଠି ମିଥ୍ୟା ଅଭିଯୋଗ
ନଦୀର ଗଭୀର ଯେତିକି ଦୂର
ସମର୍କ ଡୋର ସେତିକି ଗଭୀର |
