STORYMIRROR

Kalandi pal

Inspirational

3  

Kalandi pal

Inspirational

ଆଡପ ବେଦୀରେ

ଆଡପ ବେଦୀରେ

1 min
194


ଗୁଣ୍ଡିଚା ମନ୍ଦିରେ ଆଡପ ବେଦୀରେ

    ବିଜେ ଚତୁର୍ଦ୍ଧା ବିଗ୍ରହ,

ଜନମ  ଭୂଇଁର  ଏନ୍ତୁଡ଼ି  ନିଆଁର

    ପରାଭବ ତୁମେ ବହ,

ପ୍ରଭୁ, ଅସୀମ ଆନନ୍ଦ ପାଅ, l0l


ମାଆ କୋଳ ଝୁରେ ବରଷକେ ଥରେ

    ଦେବାକୁ ଆଶିଷ ବାରି,

କୋଳଶୁନ୍ୟ ହୋଇ ଭକତ କାନ୍ଦଇ

    ଲୋତକ ପଡଇ ଝରି,

ତୁମ ମାତା କୋଳ ତୁମେ ତ ଭରିଲ

ମାତା ଆଶୀର୍ବାଦ ହେଳେ ତ ଲଭିଲ

    ଭକତ କୋଳେ କେ କହ, l୧l


କେତେ ଖଞ୍ଜା ପଡା ନଅ ଦିନ ପରା

    ମାତା ତୁମ ଖଞ୍ଜି ଦେଲେ,

ହେଲେ ତୋ ଭକତ କାନ୍ଦୁଛି ଗୁମୁରି

    ଚୁଲି ଜଳୁନାହିଁ ଘରେ,

କିଏ ସେ ବୁଝିବ ତାର ଦୁଃଖ ଆଉ

ଜଗତର କର୍ତ୍ତା ତୁମ୍ଭେ ଥାଉଁ ଥାଉଁ

   ସହୁଛି କେମିତି ଦେହ, l୨l

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational