ଆଡପ ବେଦୀରେ
ଆଡପ ବେଦୀରେ
ଗୁଣ୍ଡିଚା ମନ୍ଦିରେ ଆଡପ ବେଦୀରେ
ବିଜେ ଚତୁର୍ଦ୍ଧା ବିଗ୍ରହ,
ଜନମ ଭୂଇଁର ଏନ୍ତୁଡ଼ି ନିଆଁର
ପରାଭବ ତୁମେ ବହ,
ପ୍ରଭୁ, ଅସୀମ ଆନନ୍ଦ ପାଅ, l0l
ମାଆ କୋଳ ଝୁରେ ବରଷକେ ଥରେ
ଦେବାକୁ ଆଶିଷ ବାରି,
କୋଳଶୁନ୍ୟ ହୋଇ ଭକତ କାନ୍ଦଇ
ଲୋତକ ପଡଇ ଝରି,
ତୁମ ମାତା କୋଳ ତୁମେ ତ ଭରିଲ
ମାତା ଆଶୀର୍ବାଦ ହେଳେ ତ ଲଭିଲ
ଭକତ କୋଳେ କେ କହ, l୧l
କେତେ ଖଞ୍ଜା ପଡା ନଅ ଦିନ ପରା
ମାତା ତୁମ ଖଞ୍ଜି ଦେଲେ,
ହେଲେ ତୋ ଭକତ କାନ୍ଦୁଛି ଗୁମୁରି
ଚୁଲି ଜଳୁନାହିଁ ଘରେ,
କିଏ ସେ ବୁଝିବ ତାର ଦୁଃଖ ଆଉ
ଜଗତର କର୍ତ୍ତା ତୁମ୍ଭେ ଥାଉଁ ଥାଉଁ
ସହୁଛି କେମିତି ଦେହ, l୨l
