କର୍ମ
କର୍ମ
କର୍ମ କରିବାରେ ସଦା ବ୍ଯସ୍ତ ଯା'ର ମନ
ତାଙ୍କୁ ହିଁ କହନ୍ତି ସର୍ବେ କର୍ମବୀର ଜନ ।୧।
ଯିଏ ଯେଉଁ ପରକାରେ କରମ କରଇ
ସିଏ ସେହି ପରକାରେ ଫଳ ଭଗୁଥାଇ।୨।
କର୍ମ କରିବାରେ ଯଦି ରହିଥାଏ ନୀଷ୍ଠା
ଫଳ ତା'ର ହୋଇଥାଏ ସଦାବେଳେ ମିଠା ।୩।
ବାକ୍ଯବୀର ଠାରୁ ଶ୍ରେଷ୍ଠ କର୍ମବୀର ଅଟେ
କର୍ମହୀନ ବ୍ଯକ୍ତି ସଦା ଦୁଃଖେ ଦିନ କାଟେ।୪।
କର୍ମ ବିନା ଜୀବନର ଲକ୍ଷ୍ଯ ହୁଏ ପଣ୍ଡ
କର୍ମ ଏକା ଜୀବନର ଅଟେ ମାନଦଣ୍ଡ ।୫।
କର୍ମବୀର କାଟିଥାଏ ଆଦର୍ଶ ଜୀବନ
ସେହି ହିଁ ତ ଆଣିଥାଏ ଜଗତେ ସୁନାମ ।୬।
ଧ୍ଯାନ ଏକାଗ୍ରତା ସହ କର୍ମ ଯେ କରଇ
ପ୍ରତିଟି କାର୍ଯ୍ଯରେ ସିଏ ସଫଳ ଲଭଇ ।୭।
ଆପଣା କର୍ମକୁ ଯିଏ ଆଗ୍ରହେ କରଇ
ଦେଶ ଜାତି ପାଇଁ ସିଏ ଗୌରବ ଆଣଇ।୮।
କର୍ମ ଏକା ଜୀବନରେ ଏକମାତ୍ର ସାଥୀ
ମୃତ୍ଯୁ ପରେ କର୍ମ ଏକା ବଞ୍ଚାଏ ତା' ସ୍ମୃତି ।୯।
ସକଳଙ୍କ ପାଇଁ କର୍ମ ଅଟେ ଭଗବାନ
ଆନନ୍ଦରେ କରିଯାଅ ନିଜ କର୍ମମାନ ।୧୦।