STORYMIRROR

Prabhanjana Tripathy

Abstract

3  

Prabhanjana Tripathy

Abstract

ଜୀବନର ଭାଵ

ଜୀବନର ଭାଵ

1 min
314

କେବେ ବି ହସେନି ହୃଦୟ ମୋର,

ଅନ୍ତର ଅନ୍ତରେ ଲୁହର ଧାର

ଦେଖାଣିଆ ପାଇଁ କେବଳ ହସରେ,

ଓଠ ହସୁଥାଏ କାନ୍ଦେ ହୃଦର


କାହାକୁ କହିବି ଅନ୍ତର ଜ୍ୱାଳାକୁ,

ଅସମ୍ଭାଳ ହେଲେ ଝରୁଛି ଆଖି

ଆଗ୍ନେୟ ଗିରି ଉଦ୍ଗିରଣ ହେଲେ,

କହୁଛି ହୃଦୟ ଦେଉଛି ଲେଖି


ଲହୁ ଲୁହାଣ ନିର୍ବାସିତରେ,

ଚତୁର୍ଦିଗେ ହୁଏ ଅଭାବ ଭେଦ,

ନିଜ କଥା ଭୋଗ , ନିଜକୁ ନିଅଣ୍ଟ,

ପୋଷଣ କରେ ମୁଁ ନିଜେ ପ୍ରମାଦ


ମଣିଷ ସିନା ମରେ ଜନ୍ମପରେ,

ଆତ୍ମାର ଏଠି ମରଣ ନାହିଁ,

ଜନ୍ମ ହୁଏନି ଲୀନ ହୁଏନି,

ଜନ୍ମ ମୃତ୍ୟୁ ବାଟ ଆତ୍ମା କୁ କାହିଁ


ରଜ ଗୁଣ କିବା ତମ ଗୁଣେ ଗୁଣୀ,

ଆସାଧ୍ୟ ଜନିତ ବନ୍ଧନେ ଯୁକ୍ତ

ଜନ୍ମାଦି ଦୁଃଖ ଫଳ ଭୋଗ ଏଠି,

ମର ଶରୀରେ ସ୍ରଷ୍ଟା ବି ଭୁକ୍ତ


ଜ୍ଞାନୀ ଯେଉଁମାନେ ତତ୍ୱକୁ ବୁଝନ୍ତି,

ଜାର ଉପଲବ୍ଧି ଉର୍ଦ୍ଧରେ ଥାଏ,

ବିଶ୍ଳେଷଣ ଏବଂ ସଶ୍ଳେଷଣ କରି,

ସୁବିଦ୍ୟା ବା ମନ ଦ୍ୱାରା ଭ୍ରମାଏ


ବିଶ୍ୱର ପ୍ରତ୍ୟକ ଶରୀର ଜୋଡୀତ,

ଦୁଃଖ ସୁଖ ଆଉ ମାୟା ବନ୍ଧନେ,

ତେଣୁ ଏହି ମାୟା ଜାଲ ମଧ୍ୟେ ଛନ୍ଦି,

ଲୁହ ଝରି ଥାଏ ଭାଵ ଦୁଃ-ମନେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract