STORYMIRROR

Sumitra Nayak

Abstract Classics Inspirational

4  

Sumitra Nayak

Abstract Classics Inspirational

ଜୀବନର ବାସ୍ତବତା

ଜୀବନର ବାସ୍ତବତା

1 min
415

ପାଚେରୀ ସଦୃଶ

ଏ ଜୀବନ ର ବାସ୍ତବତା

ଦୃଢ଼ ଦଣ୍ଡାୟମାନ ହୋଇ ରହିଛି

ତୁମର ମୋର ମଧ୍ୟରେ ।

କାଳ୍ପନିକତା ରେ 

ତୁମକୁ ଭେଟି ତ ପାରେ

କିନ୍ତୁ ବାସ୍ତବତା ରେ

ସେ ପାଚେରୀ କୁ ଡେଇଁ

ମୁଁ ତୁମ କୁ ସ୍ପର୍ଶ କରିପାରେନି ।

ସ୍ଵପ୍ନ ରାଇଜ ରେ

ଆଶାର ତୋରଣ ତ ଦେଖା ଯାଏ

କିନ୍ତୁ ବାସ୍ତବତା ର 

କୁଟୀର ରେ ମୋର

ତୁମକୁ ସ୍ଥାନ ଦେଇ ପାରେନି ।

ତାତ୍ସଲ୍ୟକର ଏ ସମାଜ

ଜୀବନ କୁ ଏତେ 

ଜଟିଳ କରିପକାଏ

ତାର ଚରିତ ବର୍ଣ୍ଣନା

ଅତ୍ୟନ୍ତ ଅବାନ୍ତକର ।

ଅତ୍ୟନ୍ତ ଅବାନ୍ତକର

ତାଙ୍କର ବର୍ଣ୍ଣନା ଚାତୁରୀ

ଯାହା ସେମାନେ 

ପ୍ରେମ କୁ ନେଇ କରନ୍ତି ।

ବିଶାଳତା ନୀଳନଭ ର

ପ୍ରାନ୍ତ ଦେଶ ରେ

ମନ ଏକ କ୍ଷୁଦ୍ର ଖଗ ସାଜି

ଉଡ଼ି ବୁଲେ କାହିଁ କେତେ ଦୂରାନ୍ତକୁ ।

ଉଡ଼ିବା ର ଅକାଂକ୍ଷା ରେ

ଉଡି ତ ଯିବ କିନ୍ତୁ

ଦିଗ ହରା ର ଭୟ ବି

ଛାତି କୁ ଥରାଇଦିଏ ।

ହଁ ମୁଁ ଜାଣିଛି ପଥ ରେ

ଚାଲି ଚାଲି ଗଲେ

ଆଗତ ଚିତ୍ର ଯେଉଁ 

ମନୁଷ୍ୟ ସମ୍ମୁଖ ରେ ଥାଏ ।

କିନ୍ତୁ ସମାଜ ଆଉ

ପରିସ୍ଥିତିର ବେଢି 

ଏତେ ଶକ୍ତ ଯେ

ତାକୁ ଚ୍ଛିନ୍ନ କରି ଉଡ଼ିଯିବା

ମୋ ପକ୍ଷରେ ଅସମ୍ଭବ ।

ଅସମ୍ଭବ ତ ମୋର ସ୍ଵପ୍ନ ସାକାର

ମୋର ହୃଦୟ ର ମଣିଷକୁ

ସାଥିରେ ପାଇବା

ଅସମ୍ଭବ ପ୍ରତୀତ ହେଉଛି ସବୁ । 

କଣ ସମୟ ସାଙ୍ଗକୁ 

ସବୁ ବଦଳି ଯାଏନି କି

ମୁଁ କିନ୍ତୁ ସେ ସମୟ କୁ 

ଅପେକ୍ଷା କରିଛି । 

ସେଇ ଛୋଟ କୁଟୀର ମଧ୍ୟରେ 

ମୋର ସବୁ ଆଶା ଅକାଂକ୍ଷା,, 

ଆଉ ମୋର ଲକ୍ଷ୍ୟ ସ୍ଥଳ ରେ 

ପହଁଞ୍ଚିବା ର ଯେତେ ସବୁ 

ସ୍ମୃତି ସାଇତା କରି ରଖିବି ।


Rate this content
Log in

Similar oriya poem from Abstract