STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ଜୀବନେ ଆଦର୍ଶ

ଜୀବନେ ଆଦର୍ଶ

1 min
186

ମିଥ୍ୟାବାଦୀ ହୋଇ ଯୁଗ ଯୁଗ ଜିଇଁ

କି ଯଶ ପାଇବ ତୁମେ ଏ ମରତ ଭୂଇଁ

ପର ଦୁଃଖେ ଦୁଃଖୀ ହୋଇ କାଟିବ ଜୀବନ

ଜାଣିନ କି ଦୁଇଦିନ ଏ ମଣିଷ ଜନମ

ସୁନା, ରୂପା, ହୀରା, ମୋତି ନେଇ କି ମରିବ

କାହିଁ ସିନା ସବୁ ମୋର କହି କରୁଛ ଗରବ

ସତ୍ୟ କହି ଧର୍ମ ପଥେ ବାଟ ଚାଲୁଥିବ

ମିଠା କଥା କହି ତୁମେ ହୃଦୟ ଜିଣିବ

ହିଂସା ଆଉ ଇର୍ଷା କେବେ ରଖିବାନି ମନେ

ପର ସେବା କରି କରି ମରିଯିବା ଦିନେ

ପର ହସ ପାଇଁ ଯେବେ କାରଣ ହୋଇବା

ତେବେ ସିନା ଜୀବନରେ ସଫଳ ହୋଇବା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract