ଜୀବନେ ଆଦର୍ଶ
ଜୀବନେ ଆଦର୍ଶ
ମିଥ୍ୟାବାଦୀ ହୋଇ ଯୁଗ ଯୁଗ ଜିଇଁ
କି ଯଶ ପାଇବ ତୁମେ ଏ ମରତ ଭୂଇଁ
ପର ଦୁଃଖେ ଦୁଃଖୀ ହୋଇ କାଟିବ ଜୀବନ
ଜାଣିନ କି ଦୁଇଦିନ ଏ ମଣିଷ ଜନମ
ସୁନା, ରୂପା, ହୀରା, ମୋତି ନେଇ କି ମରିବ
କାହିଁ ସିନା ସବୁ ମୋର କହି କରୁଛ ଗରବ
ସତ୍ୟ କହି ଧର୍ମ ପଥେ ବାଟ ଚାଲୁଥିବ
ମିଠା କଥା କହି ତୁମେ ହୃଦୟ ଜିଣିବ
ହିଂସା ଆଉ ଇର୍ଷା କେବେ ରଖିବାନି ମନେ
ପର ସେବା କରି କରି ମରିଯିବା ଦିନେ
ପର ହସ ପାଇଁ ଯେବେ କାରଣ ହୋଇବା
ତେବେ ସିନା ଜୀବନରେ ସଫଳ ହୋଇବା
