ଜୀବନ
ଜୀବନ
ବିଶାଳ ଅଚଳ ତହିଁରେ ପାଦପ
ତହିଁର ଛୋଟିଆ ପତ୍ର
ଜୀବନଟି ମୋର ସେଇ ପତ୍ର ପରି
ଦେଖି ରଖ ଖୋଲି ନେତ୍ର ।
ଝରଣା ପାଣିରେ ପତ୍ର ଟି ପଡିଲେ
ବହିଯାଏ କେତେ ଦୂର
କେତେ ଝଡ ଝଞ୍ଜା ଦେଖି ଭାସି ଚାଲେ
ତା ସାଥେ ରହେ ସମୀର ।
କେତେ ଜୀବଜନ୍ତୁ ଜଳର ବିକଳେ
ଧାଇଁ ଥାନ୍ତି ସେ ପାଖକୁ
ଭୟରେ କମ୍ପିଣ ଲୁଚାଇ ରଖିକି
ବଞ୍ଚାଇ ରଖେ ନିଜକୁ ।
ସେପରି ଜୀବନେ କେତେ ଦୁଃଖସୁଖ
ଆସେ ପ୍ରତି ମୁହୂର୍ତ୍ତରେ
ଭୟଠୁ ବାହାରି ତା ସାଥେ ଲଡିକି
ଆଗେ ଚାଲେ ଜୀବନରେ ।
କେବେ ମହାବଳ ବାଘ ସାଥେ ଦେଖା
କେବେ ସେ ବିଶାଳ ଗଜ
କେବେ ପୁଣି ଆସେ ସୁନ୍ଦର ହରିଣୀ
କେବେ କେତେକ ଭୂଜଂଗ ।
ଜୀବନ ସେପରି ଗତି କଲା ବେଳେ
ଆସେ କେତେକ ସମସ୍ୟା
କେବେ ବଡ଼ ପୁଣି ଯେବେ ଛୋଟ ଟିଏ
କେବେ ଛୋଟ ବଡ଼ ଆଶା ।
ଝରଣା ସ୍ରୋତଟି ଝରି ଯାଇ ପୁଣି
ତଟିନୀ ସହିତ ମିସେ
ସେଇ ତଟିନିରେ ଛୋଟିଆ ପତ୍ରଟି
ଭାଷାମାନ ହୋଇ ଦିଶେ ।
ନାରୀର ଜୀବନ ସେମିତି କାହାଣୀ
ମାଆ ଘରେ ଜନ୍ମ ନେଇ
ଶାଶୁ ଘରକୁ ସେ ବୋହୂ ହୋଇ ଯାଇ
ନୂଆ ସଂସାର ଗଡ଼ଇ ।
ସେଇ ପତ୍ର ଦିନେ ମଉଳି ଯାଇନ
ନଷ୍ଟ ହୁଏ ତା ଆକୃତି
ସେଇ ପରି ଆମ ସଭିଙ୍କ ଜୀବନ
ଧିରେ ଧିରେ ହୁଏ ଅବନତି ।
