STORYMIRROR

pratap nayak

Abstract

2  

pratap nayak

Abstract

ଜୀବନ

ଜୀବନ

1 min
153


ମୁଁ ଏକ ଅସମାପିକା କ୍ରିୟା

ଯାହାର ବ୍ୟବହାର 

ଯାହାର ବ୍ୟବହାର 

ସୃଷ୍ଟି କରେ ତୋ ମୋ 

ପୁଣି ତା'ରେ କେତେ ଯେ ସମ୍ପର୍କ

ହିସାବ ରଖିଛି କେ ?

ଲେଉଟାଣି ବେଳ ଆସି ମାଡିବସେ 

ପୁଣି ଅଂକ କଷାଏ,

ପଢାଏ ହଳନ୍ତ ବିସର୍ଗ

ଆଉ ଚନ୍ଦ୍ରବିନ୍ଦୁ

କେତୋଟି ପଣିକିଆ 

ଫେରେ ପୁଣି ପଂକିଳ ଗତିରେ

ଗାଧୋଉଥାଏ,ଅତୁଠ ତୁଠରେ

ପୁଣି ଦୋଳି ଖେଳେ

ତୋ କୋଳ ଝୁଲଣାରେ

କେତେ ନଖରାମୀ

କେତେ,ମିଛ ପ୍ରତିଶୃତି

ବୁଣିଯାଏ ବରଫ ଉପରେ

ଫେନୀଳ କବରୀ ତଳେ

ମହମହ ମଲ୍ଲୀ ଫୁଲ ହାର ମାନେ ,

ଯେବେ ସରିଯାଏ ସିଏ

ଯେବେ ସରିଯାଏ ସିଏ

ନିତ୍ୟ ବୃନ୍ଦାବନ ଝୁରିମରେ ,

ଅଲଣା ଶେଜରେ

କାକୁତି ମିନତି ପ୍ରାଣ ,

ଢେର ରଡି କରେ

ମୁଁ ବଂଚିଛି ମୁଁ ବଂଚିଛି ,

ପୁଣି

କାକୁସ୍ତ ସାବକ ଉଂକିମାରେ 

କାହାରି କୋଳରେ

ଅଂକୁରୋଦ୍ଗମର ପରିଭାଷା 

ଫିକାକରେ ମୋର ଆସ୍ଫାଳନ



साहित्याला गुण द्या
लॉग इन

Similar oriya poem from Abstract