STORYMIRROR

Susil Pani

Abstract Inspirational

3  

Susil Pani

Abstract Inspirational

ଜୀବନ

ଜୀବନ

1 min
264


ଜନ୍ତ୍ରଣାରେ ରୁଦ୍ଧ ଜିବନଟି ଗଢା ।

      ଦୁଃଖ ସୁଖ ଏଠି ତାର ଲିଳା ଖେଳା ।। (୧)


କର୍ମ କୁ ଆଦରି ରହିଥାଏ ନିତି ।

      ଭାବୁଥାଏ କେବେ ପାଇବ ସୁଖଟି ।। (୨)


ସୁଖ ଏକ ଘଡିରେ ତା ଦୁଃଖ ଦୁଇ ଘଡି ।

  ଦୁଃଖ ତାର ଚିରସାଥୀ ସୁଖ ଟି ସିମିତ ଅଟଇ ।। (୩)


ଟିକିଏ ସୁଖ ପାଇଲେ ହୁଏ ସେ ଆନନ୍ଦ ।

    ଦୁଃଖ କୁ ସେ ଭୁଲି ଭାବେ ନିଜେ ଚିଦାନନ୍ଦ ।। (୪)


ସମୟ ର କାଳଚକ୍ରେ ଆସିଗଲେ ଦୁଃଖ ।

      ଭାବେ ସେ ପର୍ବତ ଖସି ପଡିଛି ମସ୍ତକ ।। (୫)


ଯେ ଭୁଲିଛି ଦୁଃଖ ସୁଖ ତା ପାଈଁ କି ସର୍ବ ସମ । 

 ଜିତିଛି ଦୁନିଆଁ କୁ ସେ କରିଅଛି ମଥା ଟେକ ।। (୬)


ସାଧୁ ସନ୍ଥ ସେଥି ପାଈଁ ଦୁଃଖ ସୁଖ ନ ବିଚାରି ।

        ସର୍ବ ସମ ଭାବି କରିଥାନ୍ତି କର୍ମ ।। ( ୭)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract