ଜୀବନ
ଜୀବନ
ନର ପଶୁ ପକ୍ଷୀ କୀଟ ତରୁ ଲତା
ସଭିଏଁ ଜୀବନ ପ୍ରାପ୍ତ
ସବୁ ଜୀବନର ମହତ୍ୱ ଅନେକ
ବିଭୁ ସତ୍ତା ପରିବ୍ୟାପ୍ତ ||
ତାମଧ୍ୟୁ ମାନବ ଜୀବନ ଅମୁଲ୍ୟ
ଈଶ୍ୱରଙ୍କ ଦାନେ ଶ୍ରେଷ୍ଠ
ମୂଲ୍ୟବୋଧ ଯୁକ୍ତ ଜୀବନ ହୋଇଲେ
ସମାଜେ ହୁଏ ବରିଷ୍ଠ ||
ସବୁରି ଜୀବନ ଅମୁଲ୍ୟ ରତନ
ଆଦର୍ଶ ଯୁକତ ହେଲେ
ଦୟା କ୍ଷମା ନ୍ୟାୟ ତ୍ୟାଗ ସତ୍ୟ ଧର୍ମ
ଜୀବନେ ପାଥେୟ କଲେ ||
ଦୁର୍ନୀତି ଅନୀତି ଶୋଷଣ କୁଚିନ୍ତା
ମନରୁ ଦୂରେଇ ଦେଲେ
ବିବେକ ଇଷାରେ ପଥେ ଆଗେଇଲେ
ସମାଜ ଚଳାଇ ଭଲେ ||
ଜୀବନ ନାବର ନାଉରୀ ସିଏତ
ତାଙ୍କରି ହାତରେ ଡୋରି
ତାଙ୍କରି ଇଛାରେ ଚାଲେଏ ସଂସାର
ଵିପଦୁ କରନ୍ତି ପାରି ||
ଜୀବନର ନାଵ ବାହିନେବା ସବୁ
ଈଶ୍ୱରଙ୍କ ନାମଜପି
ଦୁଃଖ ରୋଗଶୋକ ଝଡ଼ଝଞ୍ଜାଯେତେ
ସବୁ ତାଙ୍କୁ ସମରପି ||
