STORYMIRROR

Prafulla Chandra Mishra

Classics

4  

Prafulla Chandra Mishra

Classics

ଜୀବନ

ଜୀବନ

1 min
200


ଜୀବନ ନଡ଼ିଆ ଗଛର ବାହୁଙ୍ଗା ଦୂର କୁ ସୁନ୍ଦର ଦିଶେ

ତଳ ବରଡାର ଖସିଯିବା ବେଳ ଆୟୁ ସରି ସରି ଆସେ,

ଉପର ବରଡା ହସୁଛି ଉତ୍ତାଳେ ଡଉଲ ଡାଉଲ ଚିତ୍ର

ରହି ରହି ମଝୀ ବରଡା ବୋଲଇ (ୟେ)ଜୀବନ କେତେକ ମାତ୍ର ।।


ଜୀବନ ଟା ଗୋଟେ ଗଛର ପତ୍ର ପାଚିଗଲେ ଝଡିପଡେ

ପଡିଗଲା ପରେ ନିସ୍ତାର କାହିଁ ପବନ ବହିଲେ ଉଡେ

ଜଳେ ଭାସେ ପତ୍ର ଜୀବନ ଏମିତି ନିଆଁ ରେ ବି ଯାଏ ପୋଡ଼ି

ଯେମିତି ଦୁଃଖୀ ଜଳଇ ଜଞ୍ଜାଳେ ଭାସେ ଦୁଃଖ ନୀରେ ପଡ଼ି ।।


ଜୀବନ ଟା ଗୋଟେ ଉଛୁଳା ନଈ ୟେ କେବେ ଦୁଇକୂଳ ଖାଏ

କେବେ କୃଷୋଦର ଜନ ହୀତେ କିନ୍ତୁ ନିରନ୍ତର ବହୁଥାଏ

କେତେ ବନ୍ଧୁର ପଥ ଅତିକ୍ରମେ ସାଗରେ ମିଶିବା ପାଇଁ

ଜୀବନ ସେମିତି ମୋକ୍ଷାର୍ଥେ ସଂସାରେ ମୁକ୍ତି ପଥେ ଥାଏ ଧାଇଁ ।।


ଜୀବନ ଅମୃତ ବିଭୁ ଆର୍ଶୀବାଦ ମଧୁମୟ ବିଶ୍ଵ ସଂସାରେ

ଐଶ୍ୱରୀୟ ଦିବ୍ୟ ଚେତନା ଜୀବନ ନିତ୍ୟ ଜନ୍ମ ଜନ୍ମାନ୍ତରେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics