ଜୀବନ
ଜୀବନ


ଜୀବନର ସର୍ବଶ୍ରେଷ୍ଠ ସତ ମୃତ୍ୟୁ
ସେ ଆସେ ନାହିଁ ସମୁଦ୍ର ଲହଡି ପରି ଗର୍ଜନ କରି
ଅବା ଝଡ ବାତ୍ୟା ର ପବନ ପରି
କେତେବେଳେ କେମିତି କେଜାଣି ଚୁପଚାପ ଆସି ନେଇଯାଏ ଶେଷ ଜୀବନ ଦୀପ ଟିକକ
କ୍ଷଣିକେ ଦପ୍ କରି ଲିଭିଯାଏ
ଆଖି ପଲକ ପଡି ଉଠିଲା ବେଳକୁ
ସବୁ ଶେଷ ହୋଇ ସାରିଥାଏ ।
ସେ ଯିଏ ହେଉନା କାହିଁକି,
ସ୍ବୟଂ ଭଗବାନ ବି ମୃତ୍ୟୁ ଆଗରେ ହାର ମାନିଛନ୍ତି ।
ରାବଣର ଅହଂକାର ଆଉ ମାନ ଗୋବିନ୍ଦର ମାନ ସବୁ ଚୁରମାର୍ ହୋଇଯାଇଛି।
କଂସ ଆଉ ଜରାସନ୍ଧ ବି ଲୀନ ହୋଇଛନ୍ତି ତା ଆଗରେ ସେ କାହାକୁ ଅପେକ୍ଷା କରେନି
ନା ଭଗବତ୍ ଗୀତାକୁ ନା ଚଉତିଶାକୁ ।