STORYMIRROR

sai mahapatra

Abstract Others

3  

sai mahapatra

Abstract Others

ଜୀବନ

ଜୀବନ

1 min
208

ଏମିତି ସୁଖ ପରେ ଦୁଃଖ ଲାଗି ରହିଥାଉ

ନିଜର କିଏ ପର କିଏ ଜଣା ପଡୁଥାଉ

ଦିନେ ଥିଲା ଯିଏ ଅତି ଆପଣାର

ହାତ ଛାଡିଦେଲା ସିଏ ଦେଖି ଦୁଃଖର ଜୁଆର

କାଲି ଥିଲା ଯିଏ ସାତପର ସିଏ ଆଜି ବନି ଯାଇଛି ଅତି ନିଜର

କେତେ ଯେ ସୁନାମ କେତେ ଯେ ଦୁର୍ନାମ ଦେଖେଇଛି ଏ ଜୀବନ ମତେ

ସତେ ଯେମିତି ଏ ମଣିଷ ଜୀବନ ଏକ କୁହୁକ ଖେଳ ସତେ

ଏ ମଣିଷ ଜୀବନ ଏକ ପାଣି ଫୋଟକା

ମୃତ୍ୟୁର କଥା ଭାବି ମନରେ ପଶିଯାଏ ଛନକା

ଏଠି ତ କେହି ନୁହେଁ କାହାର ସବୁ ବାଲିଘର

ଏକ ଦୁଃଖର ଜୁଆରରେ ସବୁ କରିଦିଏ ଚୁରୁମାର

ଏଠି ନିଜ ଲୋକ ହିଁ କରନ୍ତି ନିଜ ଲୋକଙ୍କ ପରିହାସ

ଏ ଦୁନିଆରେ ନିଜ ଲୋକ ଅପେକ୍ଷା ପର ଉପରେ ରଖ ଅଧିକ ବିଶ୍ୱାସ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract