ଜୀବନ
ଜୀବନ
ଏମିତି ସୁଖ ପରେ ଦୁଃଖ ଲାଗି ରହିଥାଉ
ନିଜର କିଏ ପର କିଏ ଜଣା ପଡୁଥାଉ
ଦିନେ ଥିଲା ଯିଏ ଅତି ଆପଣାର
ହାତ ଛାଡିଦେଲା ସିଏ ଦେଖି ଦୁଃଖର ଜୁଆର
କାଲି ଥିଲା ଯିଏ ସାତପର ସିଏ ଆଜି ବନି ଯାଇଛି ଅତି ନିଜର
କେତେ ଯେ ସୁନାମ କେତେ ଯେ ଦୁର୍ନାମ ଦେଖେଇଛି ଏ ଜୀବନ ମତେ
ସତେ ଯେମିତି ଏ ମଣିଷ ଜୀବନ ଏକ କୁହୁକ ଖେଳ ସତେ
ଏ ମଣିଷ ଜୀବନ ଏକ ପାଣି ଫୋଟକା
ମୃତ୍ୟୁର କଥା ଭାବି ମନରେ ପଶିଯାଏ ଛନକା
ଏଠି ତ କେହି ନୁହେଁ କାହାର ସବୁ ବାଲିଘର
ଏକ ଦୁଃଖର ଜୁଆରରେ ସବୁ କରିଦିଏ ଚୁରୁମାର
ଏଠି ନିଜ ଲୋକ ହିଁ କରନ୍ତି ନିଜ ଲୋକଙ୍କ ପରିହାସ
ଏ ଦୁନିଆରେ ନିଜ ଲୋକ ଅପେକ୍ଷା ପର ଉପରେ ରଖ ଅଧିକ ବିଶ୍ୱାସ
