STORYMIRROR

sai mahapatra

Romance

3  

sai mahapatra

Romance

ପ୍ରେମ ବିଚ୍ଛେଦ

ପ୍ରେମ ବିଚ୍ଛେଦ

1 min
344

ତୁମ ସହ ମୋର ସେହି ପ୍ରଥମ ଦେଖା

ଟାଣି ଦେଇଥିଲା ମୋର ମନରେ ପ୍ରେମର ରେଖା

ତୁମର ସେହି ପ୍ରଥମ ଆଲିଙ୍ଗନ

ବଢାଇ ଦେଇଥିଲା ମୋର ସ୍ଵନ୍ଦନ

ତୁମର ସେହି ମୋ ସହ ବସି ଟିଫିନ୍ ଖାଇବ।

ଶିଖାଇ ଦେଇଥିଲା ମତେ ତୁମକୁ ପ୍ରେମ ପତ୍ର ଲେଖିବା

ସେହି ପ୍ରେମ ପତ୍ରରେ ଥିଲା ତୁମ ସହ କରିବାକୁ ଯାଉଥିବା ମୋର ସ୍ବପ୍ନର ଘର

ଯେଉଁ ଘରେ ତୁମେ ଥିଲ ଆଉ ମୁଁ ଥିଲି ଆଉ ଗଢି ଉଠିଥିଲା ଆମ ସୁଖର ସଂସାର

କିନ୍ତୁ କାହିଁକି କେଜାଣି ଆମ ଭିତରେ ଆସିଲା ଏମିତି ଦୂରତା

ଏ କାହା ନଜର ଲାଗି ଆମ ମିଠା ପ୍ରେମ ସମ୍ପର୍କ ହୋଇଗଲା ପିତା

ତମେ ଦେଇ ମଥାରେ ସିନ୍ଦୂର ହେଲ ମୋ ଠାରୁ ଦୂର

ତୁମେ ହୋଇ ଆଉ କାହା ଜୀବନ ସାଥୀ ଆମ ପ୍ରେମକୁ କଲ ସାତ ପର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance