ଜୀବନ
ଜୀବନ
ଜୀବନଟା ମୋର ଗୋଟେକପ ଚାହା
ଦୁଇ ଷୋଡ଼କା ରେ ସରେ
ସେ ଚାହା ଯେବେ ଥଣ୍ଡା ହେଇଯାଏ
ଆଶା ନିରାଶା ରେ ମରେ ।
ଜୀବନଟା ପରା ମାଟିର ପିଣ୍ଡୁଳା
ସେ ଏକା କୁମ୍ଭାର ସାଜି
ଯେଉଁ ଆକୃତିରେ ଗଢି ତୋଳିଦିଏ
ଭାଙ୍ଗିଲେ ଖପରା ରାଜି ।
ଗରମ ଲୁହାରେ ପ୍ରହାର ବାଜିଲେ
ଆକାର ବଦଳି ଯାଏ
ସେ ଏକା କମାର ଆମ ଜୀବନର
ଆତ୍ମା ଘଟେ ଥିବା ଯାଏ ।
ନିଶ୍ୱାସ ପ୍ରଶ୍ୱାସ ଚାଲିଥିବା ଯାଏ
ମୋର ତୋର ମଣୁଥିବେ
ନିଶ୍ୱାସଟା ଯେବେ ଘଟ ଛାଡିଯିବ
ଶବ ବୋଲି ରଢ଼ୀ ଦେବେ ।
ଶବରୁ ମଢା ପାଲଟି ଯିବାକୁ
ସମୟ କେଇଟା ଗଡେ
ଯୁଇର ପାଉଁଶ ପାଲଟିବା ପରେ
ସବୁ ପୂର୍ଣ୍ଣଛେଦ ପଡେ ।
