STORYMIRROR

shibaram dalai

Others

3  

shibaram dalai

Others

ତୁମେ ଗଲାପରେ

ତୁମେ ଗଲାପରେ

1 min
218


ତୁମେ ଗଲାପରେ   ଫୁଟିନାହିଁ ଫୁଲ

    ମୋ ଜୀବନ ବଗିଚାରେ ।

ଜୀବନଟା ମୋର  ମରୁଭୂମି ସାଜେ

    ଭାବି ଭାବି ନିରନ୍ତରେ।

ଜୀବନ ଆଷାଢେ  ବର୍ଷି ନାହିଁ ବର୍ଷା

     ମରୁଡ଼ି ତ ଚିରନ୍ତନ ।

ଥୁଣ୍ଟା ଗଛଟେ ମୁଁ    ଚାହିଁ ରହିଅଛି

    ହେବି କେବେ ପରିପୂର୍ଣ୍ଣ ।

ଆଶାର ନଉକା   ମୁଁ ବୁଢ଼ା ନାଉରି

    କେମିତି ହେଇବି ପାରି ।

ଏ କୂଳ ସେ କୂଳ     ଜଳ ଟଳମଳ

    ନଦୀରେ ଖେଳେ ଭଉଁରୀ ।



Rate this content
Log in