STORYMIRROR

shibaram dalai

Romance Tragedy

3  

shibaram dalai

Romance Tragedy

ପ୍ରେମ ବିଳାପ

ପ୍ରେମ ବିଳାପ

1 min
261


ସାଗର ବାଲିରୁ  ଶାମୁକା ମିଳଇ

   ଶାମୁକା ରୁ ମିଳେ ମୋତି ।

ପ୍ରେମ ଜ୍ଵର ମୋତେ ଗ୍ରାସ କରିଅଛି

    ଦେହରେ ଅଫୁଟା ତାତି ।।


ପ୍ରେମର ସୁବାସ  ପାଇବା ପାଇଁ ମୁଁ

   ସାତ ନଦୀ ହେଲି ପାର ।

ନିଜ ଲୋକ ସବୁ  ପର କରିଦେଲେ

   ମୋ ଜୀବନ ଛାରଖାର ।।


ବିନା ଲଢ଼େଇରେ  ହାରିଯାଏ ଆଜି

   ପ୍ରେମର ଯୁଦ୍ଧକୁ ତୋର ।

କେମିତି ଚାଲିବି  ଜୀବନର ରାସ୍ତା

    ଚତୁର୍ଦିଗ ଅନ୍ଧକାର ।।



ମନ ମୋ ଝୁରୁଛି  ହୃଦୟ କାନ୍ଦୁଛି

    ଆଖିରେ ଆଖିଏ ଲୁହ ।

କେମିତି ବଞ୍ଚିବି  ତୋ ବିନା ମୁଁ ଏକା

   ଛାତି ତଳେ ଚାପି କୋହ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance