STORYMIRROR

shibaram dalai

Abstract

3  

shibaram dalai

Abstract

ଅପେକ୍ଷା

ଅପେକ୍ଷା

1 min
233

ଚାହିଁ ମୁଁ ରହିଛି  ଶୀତ କାକରରେ

କହିଥିଲା ସିଏ  ଫେରିବ ବୋଲି

କଥା ଦେଇଥିଲା ଏଇ ଫଗୁଣରେ

ମୋ ସାଥେ ଖେଳିବ ସିନ୍ଦୁର ହୋଲି ।


ଆଶା କରିଥିଲି  ମୋ ସାଥେଚାଲିବ 

ଅସରନ୍ତି ବାଟ  ଜୀବନେ ମୋର

ସାଦା କାଗଜରେ  ମିଛ କାହାଣୀକୁ

ଲେଖିଦେଲୁ କାହିଁ  ହାତରେ ତୋର ।


ମିଛ କାହାଣୀ କୁ ସତ ମାନିନେଇ

ତୋ ଲାଗି ଗଢ଼ିଛି ହୃଦୟେ ଘର

ହୃଦୟ କୁ ମୋର ବାଲିଘର ଭାବି

ଭାଙ୍ଗିଦେଲୁ ତୁଲୋ ଏତେ ନିଷ୍ଠୁର ।


ଜୀଵନ ଗଣିତ  ଛକିଶୂନ ଭରା

କିଏ ବା ପାଇଛି  ତା ଭାଗଶେଷ

ଅପେକ୍ଷା ମୋହର ତେବେ ସରିଯିବ

ହରିନାମ ଠାରେ  ହୋଇବ ଶେଷ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract