STORYMIRROR

shibaram dalai

Abstract

3  

shibaram dalai

Abstract

ମୁଠାଏ ପ୍ରେମ

ମୁଠାଏ ପ୍ରେମ

1 min
340

ହୃଦୟର ଶୂନ୍ୟ କୋଠରୀରେ

କାଠହଣା ଚଢେଇ ଚଂଚୁରେ

ଠକଠକ କରି ଗଢ଼ିଥିଲ

ଆଶାର ବତୀଘର

 

ମନ ଖୋଜେଏକ

 ସୁନସାନ ସମୟ

ଓଠ ଖୋଜେ ଅସରନ୍ତି

ମିଠା ମିଠା ହସ

କାନ ଖୋଜିବୁଲେ

ମିଠା କଥା ଶୁଣିବାକୁ

ଆଖି ଖୋଜେ ତୁମକୁ

ଅସରନ୍ତି ସ୍ୱପ୍ନରେ ପାଇବାକୁ

ତୁମେ କିନ୍ତୁ ଚାଲିଗଲ

ନୂଆ ସକାଳର ଆବେଗ ରେ

ଚୂନା ଚୂନା ତାରା ପରି


ସଜୀବ ସମୟର ନିର୍ଜୀବ 

କଣ୍ଟାର ତାଳେ ତାଳେ

ତୁମେ ଛାଡିଗଲ ପୁଳାଏ

 ମିଛ ପ୍ରତିଶ୍ରୁତି

ଠିକ କୁହୁଳା ନିଆଁ ପରି

ସେହି ପ୍ରତିଶ୍ରୁତି ଜାଳୁଥାଏ

ଜୁଇ ପାଉଁଶ ହେବା ଯାଏ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract