ମାଆ
ମାଆ
ପଥର ଭିତରେ ଠାକୁର ଖୋଜିଲେ
ମୋହ ମାୟା ଖାଲି ତୁଟେ,
ବାପା ମାଆ ମୋର ଜୀବନ୍ତ ଠାକୁର
ଜୀବନର ଚଲା ପଥେ ।
ମାଆ ହାତ ଧରି ପୁଅ ଚାଲୁଥିଲା
ମାଆ ଭାବୁଥିଲା ମନେ ,
ବୁଢୀ ହେଇଗଲେ ଏମିତି ଚାଲିବି
ପୁଅ ହାତ ଧରି ଦିନେ ।
ଗଢ଼ିଥିଲେ ଘର ରକତ ନିଗାଡି
ସଞ୍ଚିତ ପୁଞ୍ଜି ଲଗାଇ,
ଜାଣିଥିଲା କଣ ବୃଦ୍ଧାଶ୍ରମ ଦେବ
ଜୀବନର ଶେଷ ଛାଇ ।
ଜାଣିଥିଲା କଣ ଏମିତି ହୋଇବ
ବୟସ ଟା ଗଲେ ଗଡ଼ି,
ପୁଅର ଜାଗାକୁ ପୂରଣ କରିବ
ବାଉଁଶ ର ଖଣ୍ଡେ ବାଡ଼ି ।
କେହି କରନାହିଁ ହତାଦର ତାଙ୍କୁ
ଚଳନ୍ତି ଦେବତା ସିଏ,
ଯେପରି କରିବ ସେପରି ଭୋଗିବ
ବିଧିର ବିଧାନ ଇଏ ।
