ବୋଉ
ବୋଉ
ଚାଲିଗଲୁ ଦୁନିଆ ରୁ
ଅନାଥ କରି
ସଂସାରରେ ହେବ କିଏ
ତୋହରି ସରି ।
ତୋ ଡାକରୁ ମିଳୁଥିଲା
ଅମୃତ ଜାତ
ତୋ ପଣତ ମୋ ପାଇଁ
ଆକାଶ ଛାତ ।
ତୋ ହାତ ରନ୍ଧା ସତେ
ପଉଟି ଭୋଗ
ତୋ ଛୁଆଁ ରେ ଚାଲିଯାଏ
ଅନେକ ରୋଗ ।
ତୋ ମମତା ବିନା ଆଜି
ଜୀବନ ଫିକା
ସବୁ ଥାଇ ତୋ ବିନା
ଲାଗୁଛି ଏକା ।
ଜୀବନ ର ରାସ୍ତା ଏଠି
ଅତି ଅବାଗ
କୋଟିଏ ଦେବତା ପଛ
ତୁ ପରା ଆଗ ।
କରିବିନି ଅଳି ଆଉ
ଯିବିନି ରୁଷି
ଥରୁଟିଏ ଫେରିଆଲୋ
ହୁଅନ୍ତି ଖୁସି ।